ବ୍ରହ୍ମପୁର,୨୪/୦୬(ସପନ ଦାସ): ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ସଫଳତା ପଛରେ ୩ ଯୁବ କଂଗ୍ରେସ କର୍ମୀ । ସେଥି ମଧ୍ୟରେ ଯୁବ କଂଗ୍ରେସ ସଭାପତି ଶ୍ରୀ ଚିନ୍ମୟ କୁମାର ହୋତା , ଛାତ୍ର କଂଗ୍ରେସ ସଭାପତି ଶ୍ରୀ ବିକାଶ ପଶୁପାଳକ ଓ ଯୁବ କଂଗ୍ରେସ କର୍ମୀ ଦେବାଶିଷ ମହାନ୍ତି। ଏହି ୩ କଂଗ୍ରେସ କର୍ମୀ ଗଞ୍ଜାମ ଜିଲ୍ଲାରେ କଂଗ୍ରେସ ଦଳକୁ ସୁଦୃଢ଼ କରିବା ନିମନ୍ତେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ବହୁ କାର୍ଯ୍ୟ କରି ଆସିଛନ୍ତି।
ପ୍ରଥମ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ଚିନ୍ମୟ କୁମାର ହୋତା । ଶ୍ରୀ ହୋତା ୨୦୧୦ ମସିହାରୁ ରାଜନୀତିରେ ଯୋଡି ହୋଇଥିଲେ। ସେ ପ୍ରଥମେ ଖେମୁଣ୍ଡି କଲେଜର ପଢିବା ସମୟରେ ଛାତ୍ର କଂଗ୍ରେସକୁ ମଜବୁତ କରିବା ଲକ୍ଷ୍ୟରେ କଂଗ୍ରେସ ଦଳ ସହ ଯୋଡି ହୋଇଥିଲେ। ତତ ପରେ ପରେ ସେ ସାନଖେମୁଣ୍ଡି ବ୍ଲକରେ ଛାତ୍ର କଂଗ୍ରେସ ସଭାପତି ଓ ୨୦୧୬ ମସିହାରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଭାବେ ମନୋନୀତ ହୋଇଥିଲେ ଏବଂ ୨୦୧୮ ମସିହାରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଅପ୍ରିତିଦ୍ଵନ୍ଦୀ ଭାବେ ସଭାପତି ହୋଇ ନିଜ ମନୋବଳକୁ ସୁଦୃଢ କରିଥିଲେ।
୨୦୧୬ ମସିହାରେ ସାନଖେମୁଣ୍ଡି ବିଧାୟକଙ୍କ ଅନୁପସ୍ଥିତିରେ କଂଗ୍ରେସ ଦଳକୁ ମଜବୁତ କରିବା ଲକ୍ଷରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଓ ଗ୍ରାମ ପରିକ୍ରମା କରି ଜନସାଧାରଣଙ୍କୁ କଂଗ୍ରେସ ଦଳରେ ସାମିଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତତ ସହିତ ୨୦୧୯ ମସିହା ନିର୍ବାଚନ ସମୟରେ ଦଳକୁ ବିଜୟ ଲାଭ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଯାହା ଫଳରେ ଶ୍ରୀ ହୋତାଙ୍କ ଦଳ ନିମନ୍ତେ ନିଷ୍ଠାପର ସେବା ବର୍ତ୍ତମାନ ତାଙ୍କ ରାଜନୈତିକ ଜୀଵନରେ ପରିଶ୍ରମର ମୂଲ୍ୟ ଆଣିଛି ।
୨୦୧୬ ମସିହାରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ଯୁବ କଂଗ୍ରେସ ସଭାପତି ଭାବେ ମନୋନୀତ ହୋଇଛନ୍ତି। ଶ୍ରୀ ହୋତା ଏହି ସଫଳତାର ଶ୍ରେୟ ପ୍ରଦାନ କରିଛନ୍ତି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କୁ । ଯୁବ କଂଗ୍ରେସ ସଭାପତି ଶ୍ରୀ ଚିନ୍ମୟ କୁମାର ହୋତାଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ ସେ ବିଧାୟକ ଶ୍ରୀ ଜେନାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଦଳ ପାଇଁ ନିଷ୍କ୍ରିୟ ଭାବେ କାର୍ଯ୍ୟ କରିଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ଦଳ ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରିବେ। ଦ୍ବିତୀୟରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶ୍ରୀ ବିକାଶ ପଶୁପାଳକ।
ବିକାଶ ୨୦୦୯ ମସିହାରେ ଖେମୁଣ୍ଡି କଲେଜରେ ପଢିବା ସମୟରେ ରାଜନୀତିରେ ଆଗ୍ରହ ପ୍ରକାଶ କରି ସେ ଖେମୁଣ୍ଡି କଲେଜରେ ଡେମୋଟ୍ରିକ ସଚିବ ଭାବେ ଚୟନ ହୋଇ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। କଲେଜର ପାଠ ପଢା ସରିବା ପରେ ସେ କଂଗ୍ରେସ ଦଳରେ କୌଣସି ପଦବୀରେ ନଥାଇ ମଧ୍ୟ କଂଗ୍ରେସ ଦଳର ଉନ୍ନତି ପାଇଁ ଦିନରାତି ଏକ କରି କାର୍ଯ୍ୟ କରିଥିଲେ ଏବଂ ବର୍ତ୍ତମାନ ତାଙ୍କ କାର୍ଯ୍ୟର ପରିଣାମ ମିଳିଛି। ଶ୍ରୀ ବିକାଶ ପଶୁପାଳକ ଦଳ ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରିବାରୁ ସେ ବର୍ତ୍ତମାନ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଭାବେ ମନୋନୀତ ହୋଇଛନ୍ତି।
ବିକାଶ ନିଜ ସଫଳତାର ଶ୍ରେୟ ଦେଇଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କୁ , କାରଣ ସେ ଶ୍ରୀ ଜେନାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଏବଂ ବର୍ତ୍ତମାନ ସେ ଛାତ୍ର କଂଗ୍ରେସ ସଭାପତି ପଦବୀରେ । ଏ ନେଇ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ବିକାଶ ପଶୁପାଳକଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ ସେ ଦଳ ପାଇଁ ନିଷ୍କ୍ରିୟ ଭାବେ କାର୍ଯ୍ୟ କରି ଆସିଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ସେ ଦଳ ପାଇଁ ନିଜର ସର୍ବୋତମ ପ୍ରଚେଷ୍ଟା ଜାରି ରଖିବେ। ସେହିଭଳି ତୃତୀୟରେ ଯୁବ କଂଗ୍ରେସ କର୍ମୀ ଦେବାଶିଷ ମହାନ୍ତି। ଦେବାଶିଷ ଦଳରେ କୌଣସି ପଦବୀରେ ନଥାଇ ମଧ୍ୟ ପ୍ରତି ମୁହୂର୍ତ୍ତରେ ଦଳର ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଛନ୍ତି।
ନିଜ ପାଠ ପଢା ସମୟରେ ରାଜନୀତିରେ ଆଗ୍ରହ ପ୍ରକାଶ କରି ସେ କଂଗ୍ରେସ ଦଳରେ ନିଜକୁ ସମର୍ପିତ କରିଛନ୍ତି। ଦଳର ଉନ୍ନତି ନିମନ୍ତେ ପ୍ରତି ମୁହୂର୍ତ୍ତରେ ପ୍ରସ୍ତୁତ ହୋଇ ରୁହନ୍ତି ଦେବାଶିଷ। ଏହି ୩ ଯୁବ କଂଗ୍ରେସ କର୍ମୀଙ୍କ ନିଷ୍ଠାପର କାର୍ଯ୍ୟ ଏବଂ ଅନ୍ୟାନ୍ୟ କଂଗ୍ରେସ କର୍ମୀଙ୍କ ସହଯୋଗରେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ କଂଗ୍ରେସ ଦଳ ତାର ମଜବୁତ ସ୍ଥିତିକୁ ଫେରିଛି ।















