ପୁରୁଷୋତ୍ତମପୁର ପ୍ରେସ୍ କ୍ଲବର ସାଧାରଣ ବୌଠକ ଶୋକସଭା

142
ADVERTISEMENT

ବ୍ରହ୍ମପୁର,୨୪/୦୬(ସୁଦାମ ମହାରଣା): ପୁରୁଷୋତ୍ତମ ପୁର ପ୍ରେସ କ୍ଳବ ପକ୍ଷରୁ ସାଧାରଣ ବୌଠକ ଓ ଶୋକ ସଭା ଧାରେଶ୍ୱର ଓ ରାମଚଣ୍ଡି ପିଠରେ ବୁଧବାର  ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାମାରି କରୋନା ରେ ପ୍ରାଣହରାଇଥିବା ସାମ୍ବାଦିକଙ୍କ ଅମର ଆତ୍ମାର ସଦ୍ ଗତି କାମନା କରାଯାଇଥିବା ସହ ତାଙ୍କ ପରିବାରକୁ ତୁରନ୍ତ ସହାୟତା ପ୍ରଦାନ ଲାଗି ଦାବି କରାଯାଇଥିଲା । ଖଲିକୋଟରେ ବ୍ଳକ୍ ଶିକ୍ଷା ଅଧିକାରୀ ସାମ୍ବାଦିକଙ୍କୁ କରିଥିବା ଅସଦ ବ୍ଯବହାର ଘଟଣାର ତିବ୍ର ନିନ୍ଦା କରାଯିବା ସହ ବିଭିନ୍ନ ସ୍ଥାନରେ ସାମ୍ବାଦିକଙ୍କ ଉପରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଆକ୍ରୋଶ ମୂଳକ ମନୋଭାବ ରଖି ହହଇରାଣ ହରକତ କରୁଥିବା, ମିଥ୍ୟା କେସ୍ରେ ଫସାଉଥିବା ସହ ମାଡ ମାରୁଥିବାର ଘଟଣାକୁ ତିବ୍ର ନିନ୍ଦା କରାଯିବା ସହ ଏଥିଲାଗି ରାଜ୍ୟ ପାଳ ଓ ମୂଖ୍ୟ ମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବା ଲାଗି ଦାବି କରାଯାଇଥିଲା । ଏଥିରେ ସୁରେନ୍ଦ୍ର ନାଥ ମହାନ୍ତି, ସଦାଶିବ ପଣ୍ଡା, ସୀମାଞ୍ଚଳ ମିଶ୍ର, ପ୍ରଶନ କୁମାର ଦାଶ, ଲିଙ୍ଗରାଜ ଦାଶ, ଅଶୋକ କୁମାର ମହାଙ୍କୁଡ, ଚିତ୍ତରଞ୍ଜନ ସାହୁ ଭାସ୍କର ବେହେରା, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ଅନନ୍ତ ଦାଶ,  ସୁଦାମ ମହାରଣା, କେ ରମେଶ ଦୋରା, ଅମିତ କୁମାର ମହାନ୍ତି , ପ୍ରଦୀପ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। 

Advertisement