Thursday, September 3, 2026
ADVERTISEMENT
Home ଆଞ୍ଚଳିକ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୫୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୫୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ

151
ADVERTISEMENT

ଭୁବନେଶ୍ୱର,୨୩/୦୬(ଡ଼ି.ଏଚ/ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୫୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯୭୩ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୪୮୩ ଜଣ ସ୍ଥାନୀୟ ସଂକ୍ରମିତ। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୮୬ ହଜାର ୯୪୬ରେ ପହଞ୍ଚିଛି । ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୮ ଲକ୍ଷ ୪୮ ହଜାର ୯୬୦ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୩ ଲକ୍ଷ ୪୨ ହଜାର ୧୬ ଜଣ । ଗତ ୨୪ ଘଣ୍ଟା ମଧ୍ୟରେ ଅନୁୁଗୁଳରୁ ୧୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୭୪ ଜଣ, ବରଗଡ଼ରୁ ୬୯ ଜଣ, ଭଦ୍ରକରୁ ୧୯୪ ଜଣ, ବଲାଙ୍ଗୀରରୁ ୨୮ ଜଣ, ବୌଦ୍ଧରୁ ୨୫ ଜଣ, କଟକରୁ ୪୮୦ ଜଣ, ଦେଓଗଡ଼ରୁ ୧୧ ଜଣ, ଢେଙ୍କାନାଳରୁ ୭ ଜଣ, ଗଜପତିରୁ ୧୭ ଜଣ, ଗଞ୍ଜାମରୁ ୧୯ ଜଣ, ଜଗତ୍‌ସିଂହପୁରରୁ ୮୧ ଜଣ, ଯାଜପୁରରୁ ୨୬୭ ଜଣ, ଝାରସୁଗୁଡ଼ାରୁ ୨୦ ଜଣ, କଳାହାଣ୍ଡିରୁ ୨୧ ଜଣ, କନ୍ଧମାଳରୁ ୩୧ ଜଣ, କେନ୍ଦ୍ରାପଡ଼ାରୁ ୧୪୭ ଜଣ, କେନ୍ଦୁଝରରୁ ୭୩ ଜଣ, ଖୋର୍ଦ୍ଧାରୁ ୪୯୯ ଜଣ, କୋରାପୁଟରୁ ୮୧ ଜଣ, ମାଲକାନଗିରିରୁ ୮୨ ଜଣ, ମୟୂରଭଞ୍ଜରୁ ୧୮୦ ଜଣ, ନବରଙ୍ଗପୁରରୁ ୪୨ ଜଣ, ନୟାଗଡ଼ରୁ ୧୨୬ ଜଣ, ନୂଆପଡ଼ାରୁ ୧୬ ଜଣ, ପୁରୀରୁ ୨୮୯ ଜଣ, ରାୟଗଡ଼ାରୁ ୬ ଜଣ, ସମ୍ବଲପୁରରୁ ୩୯ ଜଣ, ସୋନପୁରରୁ ୪୩ ଜଣ, ସୁନ୍ଦରଗଡ଼ରୁ ୯୦ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Advertisement