ମାଲକାନଗିରି : ୨ ଟିଫିନ ବୋମା ଉଦ୍ଧାର

143
ADVERTISEMENT

ମାଲକାନଗିରି,୨୨/୦୬(ଡ଼ି.ଏଚ/ବ୍ୟୁରୋ): ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଓ ଏସଓଜି ଯବାନମାନେ ସର୍ଚ୍ଚ ଅପରେସନ ବେଳେ ୨ଟି ଟିଫିନ ବୋମା ଉଦ୍ଧାର କରିଛନ୍ତି । ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର କେନ୍ଦୁଗୁଡା ଗ୍ରାମରେ ସୋମବାର ବିଏସଏଫ ୯ମ ବାଟାଲିୟନ ଓ ଏସଓଜି ଯବାନମାନେ ୨.୫ କେଜିର ୨ଟି ଟିଫିନ ବୋମା ଉଦ୍ଧାର କରିଛନ୍ତି । ଯବାନ ମାନେ କୁମିଙ୍ଗ କରୁଥିବା ସମୟରେ ଯୋଡ଼ାମ୍ବ ଥାନା ଅନ୍ତର୍ଗତ ଯାଜପଲେମ ଠାରୁ କେନ୍ଦୁଗୁଡା ରାସ୍ତାରେ ଏହି ଟିଫିନ ଵୋମା ପୋତା ଯାଇଥିଲା । ଯବାନ ମାନେ ଏହି ଅଞ୍ଚଳର ଦେଇ ସବୁବେଳେ କୁମ୍ବିଙ୍ଗ କରିବା ପାଇଁ ଯାଆନ୍ତି। ତେବେ ଯବାନ ମାନଙ୍କୁ ଟାର୍ଗେଟ କରି ମାଓବାଦୀଙ୍କ ଦ୍ଵାରା ଏହି ଵୋମା ଖଞ୍ଜା ଯାଇଥିବା ଅନୁମାନ କରାଯାଉଛି । ବୋମା ଉଦ୍ଧାର ପରେ ନିକଟସ୍ଥ ଜଙ୍ଗଲରେ ଯବାନଙ୍କ ଦ୍ଵାରା ନିଷ୍କ୍ରିୟ କରାଯାଇଛି । ତେବେ ଏହା ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

Advertisement