ଜଗତପୁରରୁ ୫୬୦ କିଲୋ ଗଞ୍ଜେଇ ଜବତ

278
ADVERTISEMENT

କଟକ,୨୨/୦୬(ଡ଼ି.ଏଚ/ବ୍ୟୁରୋ): କଟକ ଉପକଣ୍ଠ ଜଗତପୁରରୁ ପୁଲିସ ମଙ୍ଗଳବାର ସକାଳେ ୫୬୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ। ଓଆର-୦୨-ଏପି-୫୬୪୧ ନମ୍ବର ବିଶିଷ୍ଟ ଟ୍ରକରୁ ଏହି ଗଞ୍ଜେଇ ଜବତ କରାଯାଇଥିଲା । ପୁଲିସ ପକ୍ଷରୁ ଯାଞ୍ଚ ସମୟରେ ଟ୍ରକରେ ଏହି ଗଞ୍ଜେଇ ଚାଲାଣ କରାଯାଉଥିବା ଜଣାପଡିଥିଲା । ଏସପି ଜୋନ-୧ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜଗତପୁର ଥାନା ଆଇଆଇସି ଏବଂ ଅନ୍ୟମାନେ ଏହି ଚଢଉରେ ସାମିଲ ହୋଇଥିଲେ।

Advertisement