ଦୋକାନ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟ୍‌

416
ADVERTISEMENT

ବାଲିପାଟଣା,୨୨/୦୬(ଡ଼ି.ଏଚ/ବ୍ୟୁରୋ): ଦୋକାନ କବାଟ ଭାଙ୍ଗି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ମୋବାଇଲ୍‌ । ବାଲିଅନ୍ତା ଥାନା ବାଳକାଟି ବଜାରରେ ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଖବର ଅନୁଯାୟୀ, ବାଳକାଟି ବଜାରରେ ମୋହନ ଆଚାର୍ଯ୍ୟଙ୍କର ଏକ ମୋବାଇଲ୍ ଦୋକାନ ରହିଛି । ସୋମବାର ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ଦୋକାନ କବାଟ ଭାଙ୍ଗି ମୋବାଇଲ ଚୋରି କରିନେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ତେବେ ଚୋରି ସମୟର ସମସ୍ତ ଘଟଣା ମୋହନଙ୍କ ଦୋକାନ ସାମ୍ନାରେ ଲାଗିଥିବା ଏକ ସିସିଟିଭିରେ ରେକର୍ଡ ହୋଇଛି । ସିସିଟିଭି ଦୃଶ୍ୟରେ ଦୁଇ ଜଣ ଦୁର୍ବୃତ୍ତ ଦୋକାନ ପାଖରେ ପହଁଞ୍ଚି ଲାଇଟ୍ ଲିଭାଉଛନ୍ତି । ଏହାପରେ ଦୋକାନ କବାଟ ଭାଙ୍ଗି ମୋବାଇଲ ଚୋରି କରି ନେଉଛନ୍ତି । ଅଭିଯୋଗ ପରେ ବାଳକାଟି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି ।

Advertisement