ବ୍ରହ୍ମପୁର,୨୨/୦୬(ଇ.ରଞ୍ଜନ): ବ୍ରହ୍ମପୁର ସଦର ପୋଲିସ ୨ ବାଇକ ଚୋରଙ୍କ ଠାରୁ ଚାରି ବାଇକ ଜବତ କରି ସେମାନଙ୍କୁ ଗିରଫ କରି କୋର୍ଟ ସ୍ଥାନାନ୍ତର କରିବା ନେଇ ଥାନା ଅଧିକାରୀ ମହେନ୍ଦ୍ର ସାହୁଙ୍କ ଠାରୁ ସୂଚନା l ଗିରଫ ଦ୍ୱୟଙ୍କ ବାସସ୍ଥାନ ପାଟପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ର ପୁର ଗ୍ରାମର ଟୁଲୁ ମହାପାତ୍ର ଥିବା ବେଳେ ଅନ୍ୟଜଣେ ଧରାକୋଟ ଥାନା ଅଞ୍ଚଳ କୁଠାରି ମନ୍ଦିର ସାହିର ସୁଶାନ୍ତ ପଣ୍ଡା ସେମାନଙ୍କ ଠାରୁ ଓଡି 0୭ୱାଇ ୮୮୪୪ ଆଡ଼ଭୋକେଟଙ୍କ ସୁପର ସ୍ପେଣ୍ଡେର,ଓଡି0୭ଟି ୨0୬୭ କଳାରଙ୍ଗର ବଜାଜ ପଲ୍ସର ବାଇକ,ସମେତ ଓଡି 0୭ଏଇ ୩୫୧୮ ସହ ଓଡି 07ଏ ଏଚ 0୭୯0 ଚାରୋଟି ଗାଡି ଜବତ କରିଛି l ଏପ୍ରିଲ ୧୨ ତାରିଖରେ ଏକ ମାମଲା ରୁଜୁ ହୋଇଥିବା କରି କେଶ ନଂ ୧୦୬/୨୧ର ତଦନ୍ତ କରୁଥିବା ସମୟରେ ଏହି ବାଇକ ଲୁଟେରା ମାନଙ୍କୁ ଧରିବାରେ ସଦର ପୋଲିସ ସକ୍ଷମ ହୋଇଛି l


















