Thursday, September 3, 2026
ADVERTISEMENT
Home ଆଞ୍ଚଳିକ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୫୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୫୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ

340
ADVERTISEMENT

ଭୁବନେଶ୍ୱର,୨୨/୦୬(ଡ଼ି.ଏଚ/ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୨୯୫୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୯୮ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୨୫୯ ଜଣ ସ୍ଥାନୀୟ ସଂକ୍ରମିତ। ନୂତନ ସଂକ୍ରମିତଙ୍କୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୮୩ ହଜାର ୪୯୦‌ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇ ସାରିଲେଣି ୮ ଲକ୍ଷ ୪୪ ହଜାର ୮୦୧ ଜଣ। ଏବେ ବି ସକ୍ରିୟ ଅଛନ୍ତି ୩ ଲକ୍ଷ ୪ ହଜାର ୯୬୫ ଜଣ । ଅନୁଗୁଳ ଜିଲ୍ଳାରୁ ୧୧୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୪୭ ଜଣ, ବରଗଡ଼ରୁ ୪୧ ଜଣ, ଭଦ୍ରକରୁ ୧୯୨ ଜଣ, ବଲାଙ୍ଗୀରରୁ ୩୭ ଜଣ, ବୌଦ୍ଧରୁ ୪୭ ଜଣ, କଟକରୁ ୨୭୨ ଜଣ, ଦେବଗଡ଼ରୁ ୧୦ ଜଣ, ଢେଙ୍କାନାଳରୁ ୪୨ ଜଣ, ଗଜପତିରୁ ୨୪ ଜଣ, ଗଞ୍ଜାମରୁ ୧୮ ଜଣ, ଜଗତ୍‌ସିଂହପୁରରୁ ୧୦୩ ଜଣ, ଯାଜପୁରରୁ ୨୬୦ ଜଣ, ଝାରସୁଗୁଡ଼ାରୁ ୩ ଜଣ, କଳାହାଣ୍ଡିରୁ ୩୮ ଜଣ, କନ୍ଧମାଳରୁ ୫୧ ଜଣ, କେନ୍ଦ୍ରାପଡ଼ାରୁ ୧୧୬ ଜଣ, କେନ୍ଦୁଝରରୁ ୭ ଜଣ, ଖୋର୍ଦ୍ଧାରୁ ୪୦୮ ଜଣ, କୋରାପୁଟରୁ ୬୦ ଜଣ, ମାଲକାନଗିରିରୁ ୫ ଜଣ, ମୟୂରଞ୍ଜରୁ ୧୩୫ ଜଣ, ନବବରଙ୍ଗପୁରରୁ ୪୫ ଜଣ, ନୟାଗଡ଼ରୁ ୧୧୨ ଜଣ, ନୂଆପଡ଼ାରୁ ୧୦ ଜଣ, ପୁରୀରୁ ୨୧୯ ଜଣ, ରାୟଗଡ଼ାରୁ ୬୩ ଜଣ, ସମ୍ବଲପୁରରୁ ୨୮ ଜଣ, ସୋନପୁରରୁ ୨୫ ଜଣ, ସୁନ୍ଦରଗଡ଼ରୁ ୫୮ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ୭୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏପଟେ ରାଜ୍ୟରେ ୩୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Advertisement