ବିଧାୟିକାଙ୍କ ଦ୍ୱାରା ଭତ୍ତା ବଣ୍ଟନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

367
ADVERTISEMENT

ବ୍ରହ୍ମପୁର,୨୦/୦୬(ସୁଦାମ ମହାରଣା): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନ୍ ଏ ଏସି ରେ ଭତ୍ତା ବଣ୍ଟନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ସମ୍ମାନିତ ଅତିଥି ଭାବେ ପୂର୍ବତନ ନଗରପାଳ ବାସୁଦେବ ମହାପାତ୍ର ଉପସ୍ଥିତ ରହି ୨୭ଜଣ ହିତାଧିକାରୀଙ୍କୁ ୪ମାସର ଭତ୍ତା ପ୍ରଦାନ କରିବା ସହ ଏନ ଏ ଏସି ର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିଥିଲେ । କାର୍ଯ୍ୟକ୍ରମକୁ ଗୋଷ୍ଠୀ ସଞ୍ଜୋଜିକା ଅଞ୍ଜଳି ପାଢ଼ୀ, କାର୍ଯ୍ୟକ୍ରମ ସଞ୍ଜୋଜକ ସଗ୍ରାମ କେଶରୀ ନାୟକ, ସ୍ମୃତି ରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ପରିଚାଳନା କରିଥିଲେ ।

Advertisement