କୋଦଳା ଏନଏସିରେ ବିଧାୟିକାଙ୍କ ଦ୍ୱାରା ବୃକ୍ଷ ରୋପଣ

362
ADVERTISEMENT

କୋଦଳା,୧୯/୦୬(ସୂର୍ଯ୍ୟ ନାରାୟଣ ବଡୁ): ସାରା ଦେଶରେ କରୋନା ସୃଷ୍ଟି କରିଛି ଭୟଙ୍କର ସ୍ଥିତି l ଏହି ସମୟରେ ଘୋର ସମସ୍ୟା ସୃଷ୍ଟି କରିଛି ଅମ୍ଳଜାନର ଅଭାବ l ଏହାର ମୁଖ୍ୟତଃ କାରଣ ହେଉଛି ଜଙ୍ଗଲ ଅବକ୍ଷୟ l ଏହି ପରିପ୍ରେକ୍ଷୀରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ସ୍ଥିତ ଅଗ୍ନିଶମ କେନ୍ଦ୍ର ଠାରେ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ଉପସ୍ଥିତିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବିଧାୟିକା ଯୋଗଦେଇ କୋଭିଡ ନିୟମ ପାଳନ କରି ମାସ୍କ ପରିଧାନ କରିବା ସହ ସାମାଜିଜ ଦୂରତା ରଖି ବୃକ୍ଷ ରୋପଣ କରିଥିଲେ l ପରିବେଶର ସୁରକ୍ଷା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ରହିଛି ବୋଲି ଏହି ବିଧାୟିକା ନିଜ ମନ୍ତବ୍ୟରେ ପ୍ରକାଶ କରିଥିଲେ l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପ୍ରାୟ ୮୦ ଟି ଗଛ ଲଗାଯାଇଥିବା ଜଣାପଡ଼ିଛି l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ଯତିନ୍ଦ୍ର ମୋହନ ବେହେରା,ସ୍ୱଛତା ବିଶେଷଜ୍ଞ ଚନ୍ଦ୍ରକାନ୍ତ ମାରାଣ୍ଡି, ଗ୍ରୀନ କ୍ଲବ ସଭାପତି ମନୋଜ କୁମାର ପାଢ଼ୀ ଙ୍କ ସମେତ ଏନଏସି ର ସମସ୍ତ କାର୍ଯ୍ୟକର୍ତ୍ତା ଓ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ l

Advertisement