ମହଙ୍ଗା ପଡିଲା ନାବାଳିକାକୁ ପ୍ରେମ ଓ ଘରୁ ନେଇ ପଳାଇବା, ବନ୍ଧା ହେଲା ଯୁବକ

442
ADVERTISEMENT

ରାଇରଙ୍ଗପୁର,୧୮୦୬(ଡ଼ି.ଏଚ/ବ୍ୟୁରୋ): ମହଙ୍ଗା ପଡିଲା ନାବାଳିକା ପ୍ରେମ ଓ ଘରୁ ନେଇ ପଳାଇବା । ବନ୍ଧା ହେଲା ଯୁବକ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍‌ ଥାନା ନୁରୁବାଦଳା ଗାଁ ର ଘଟଣା । ଲିକନ ମହାନ୍ତ ନାମକ ଯୁବକଙ୍କୁ ଗିରଫ କରିଛି ପୋଲିସ । ଖବର ଅନୁଯାୟୀ, ନୁରୁବାଦଳା ଗାଁର ଲିକନ ମହାନ୍ତ ନାମକ ଜଣେ ଯୁବକ ରୋହିଣୀ କୁଦର ଗାଁ ଜଣେ ନାବାଳିକାଙ୍କୁ ପ୍ରେମ କରୁଥିଲା । ଯିଏ କି ଆଉ ତିନି ଦିନ ପରେ ମାନେ ଜୁନ ୨୦ରେ ସାବଳିକା ହୋଇଥାନ୍ତା। ତାକୁ ବିବାହ କରିବାକୁ ନିଜ ଘରକୁ ନେଇ ଯାଇଥିଲା । କିନ୍ତୁ ଝିଅକୁ ଅପହରଣ କରିଥିବା ପରିବାରଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ଗୁରୁବାର ଦିନ ଉଭୟଙ୍କୁ ପୁଅ ଘର ନୁରୁବାଦଳାରୁ ଉଦ୍ଧାର କରିଥିଲା । ଏହି ସହିତ ଯୁବକକୁ ଗିରଫ ମଧ୍ୟ କରିଛି। ନାବାଳିକାକୁ ଘର ଲୋକେ ଗ୍ରହଣ କରିବାକୁ ମନା କରିଦେବା ପରେ ପୁଲିସ ବାରିପଦା ସ୍ଥିତ ସୁଧାର ଗୃହକୁ ପଠାଇଥିବା ଜଣାପଡ଼ିଛି। ତେବେ ଝିଅ ସାବାଳିକା ହେବାକୁ ମାତ୍ର ତିନି ଦିନ ଥିବା ବେଳେ ପରିବାର ଲୋକଙ୍କ ଏପରି ପଦକ୍ଷେପକୁ ସାଧାରଣରେ ନାପସନ୍ଦ କରାଯାଉଛି।

Advertisement