କୋଦଳା,୧୭/୦୬(ସୂର୍ଯ୍ୟ ନାରାୟଣ ବଡୁ): ବୁଧବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ତାଳସର ଗ୍ରାମର ନୁଆଁ ବନ୍ଧରୁ ଜଣେ ଯୁବକଙ୍କ ଶବ ଭାସୁଥିବା ସମୟ ରେ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ଏହି ଗ୍ରାମର ଜଗନ୍ନାଥ ମନ୍ଦିର ସାହିର ଧୋବା ବିଶୋଇଙ୍କ ପୁଅ ନିରଞ୍ଜନ ବିଶୋଇ ଗତ ସୋମବାର ଠାରୁ ନିଖୋଜ ଥିଲେ । ଘର ଲୋକେ ବହୁ ଖୋଜା ଖୋଜି କରୁଥିବା ବେଳେ ବୁଧବାର ସକାଳୁ ତାଳସର ଗାଁର ମୁହଁରେ ଥିବା ନୁଆଁ ବନ୍ଧରେ ନିରଞ୍ଜନଙ୍କ ଶବ ଭାସୁଥିବାର ଦେଖିବାକୁ ପାଇଥିଲେ । ପରେ ଗ୍ରାମବାସୀଙ୍କ ସହାୟତାରେ ଶବକୁ ଉଦ୍ଧାର କରାଯାଇ ସୁମଣ୍ଡଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଥିଲା । ନିରଞ୍ଜନ ବିଦେଶରେ ରହି କାମ କରୁଥିବା ବେଳେ ଗତ ଦୁଇ ମାସ ହେବ ସେ ଗାଁକୁ ଫେରିଥିଲେ । ବେଗୁନିଆପଡ଼ା ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି l


















