Tuesday, September 8, 2026
ADVERTISEMENT
Home Uncategorized ପୁଣି ଥରେ ବେଗୁନିଆପଡା ବ୍ଲକ କଂଗ୍ରେସ ସଭାପତି ହେଲେ ବୁଲା ଯେନା

ପୁଣି ଥରେ ବେଗୁନିଆପଡା ବ୍ଲକ କଂଗ୍ରେସ ସଭାପତି ହେଲେ ବୁଲା ଯେନା

331
ADVERTISEMENT

କୋଦଳା,୧୭/୦୬(ସୂର୍ଯ୍ୟ ନାରାୟଣ ବଡୁ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ କଂଗ୍ରେସ ସଭାପତି ପୁଣି ଥରେ ନିଯୁକ୍ତି ପାଇଲେ ଭବାନୀ ପ୍ରସାଦ ଯେନା (ବୁଲା ଯେନା) । ତାଙ୍କ କାର୍ଯ୍ୟ ଦକ୍ଷତାକୁ ଦେଖି ବ୍ଲକ ସଭାପତି ଭାବେ ନିଯୁକ୍ତି ଦେଇଥିବାରୁ ସେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏବଂ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ ଉପରେ ଦଳ ଯେଉଁ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ସେ ଆଗକୁ ବେଗୁନିଆପଡ଼ା ବ୍ଲକରେ ତୃଣମୂଳ ସ୍ତରରୁ କଂଗ୍ରେସର ଦଳୀୟ ସଂଗଠନକୁ ସୁଦୃଢ଼ କରିବା ସହ ସମସ୍ତ କର୍ମୀ ମାନଙ୍କୁ ଏକାଠି କରି ଦଳୀୟ ନେତୃମଣ୍ଡଳୀଙ୍କ ନିର୍ଦ୍ଦେଶ ମାନି ସମସ୍ତ ଜନହିତକର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବେ ବୋଲି ପ୍ରକାଶ କରିଛନ୍ତି l ୧୯୯୫ ମସିହାରୁ ଛାତ୍ର ରାଜନୀତିରେ ପାଦଦେଇ ପ୍ରଥମେ ଯୁବ କଂଗ୍ରେସ ସଭାପତି ହୋଇପାରିଥିବା ବେଳେ ପରେ ପରେ ସମିତିସଭ୍ୟ ନିର୍ବାଚିତ ହୋଇଥିଲେ ତତ ସହିତ ବେଗୁନିଆପଡା ବ୍ଲକ କଂଗ୍ରେସ ସଭାପତି ଓ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ରହି ସଙ୍ଗଠନକୁ ବଞ୍ଚାଇ ରଖିବା ସହିତ ଜନସାଧାରଣଙ୍କ ସହିତ ରହି ଆସିଥିଲେ l ବର୍ତ୍ତମାନ ବୁଲାଯେନାଙ୍କ ଦକ୍ଷତା ତଥା ଦୃଢ଼ ସଂଗଠକ ହିସାବରେ ଜିଲ୍ଲା କଂଗ୍ରେସ କମିଟି ସୁପାରୀଶ କରି ପୁଣି ଥରେ ବ୍ଲକ କଂଗ୍ରେସ ସଭାପତି ଭାବେ ନିଯୁକ୍ତି କରିଛନ୍ତି l

Advertisement