କୁକୁଡାଖଣ୍ଡି,୧୭/୦୬(ଇ.ରଞ୍ଜନ): କୁକୁଡାଖଣ୍ଡି ବ୍ଲକର ଶିଶୁ ବିକାଶ ପ୍ରକାଳ୍ପ ଅଧିକାରୀଣି କୁସୁମ କୁମାରୀ ସାହୁଙ୍କ ଉପସ୍ଥିତରେ ଏକ ଅଙ୍ଗନବାଡି ଓ ଆଶାକର୍ମୀ ଟିମ ଲୋଚାପଡ଼ା ପଞ୍ଚାୟତରେ ଥିବା ଜନ୍ମିତ ଶିଶୁ ଠାରୁ ୧୮ ବର୍ଷ ପିଲାଙ୍କ ଘରକୁ ଘର ପହଂଚି ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ସେମାନଙ୍କ ଅମ୍ଳଜାନ ସ୍ତର ଅକ୍ସିମିଟର ଯନ୍ତ୍ର ଦ୍ୱାରା ଯାଞ୍ଚ କରିବା ସହ କୋବିଡ ଲକ୍ଷଣ ମାନ ଯାଞ୍ଚ କରି ପିଲାଙ୍କ ପୃଷ୍ଟିକର ଖାଦ୍ୟ ସରକାରଙ୍କ ଦ୍ୱାରା ପ୍ରଧାନ କରାଯାଉଥିବା ଛତୁଆ ଅଣ୍ଡା କିଭଳି ଦିଆଯାଉଛି ତାହା ଅନୁସନ୍ଧାନ କରିଥିଲେ ଶିଶୁ ବିକାଶ ଅଧିକାରିଣୀ ଏବଂ ତୃତୀୟ ଲହରୀରେ ପିଲାମାନେ ସଂକ୍ରମଣ ବୃଦ୍ଧି ପାଇବାରେ ଆଶଙ୍କା ଥିବାରୁ ପିଲାଙ୍କ ଯତ୍ନ ଠିକ ସେ ନେବା ପାଇଁ ଶିଶୁର ମାତାଙ୍କୁ ସଚେତନ କରିଥିଲେ ପିଲାମାନଙ୍କୁ ବାହାରକୁ ଆବଶ୍ୟକ ନଥିଲେ ନଯିବା ପାଇଁ କହିବା ସହ ଘରେ ସମସ୍ତେ ମାସ୍କ ବ୍ୟବହାର କରି ପିଲାମାନଙ୍କୁ ସୁରକ୍ଷିତ ରଖିବା ପାଇଁ କହିଥିଲେ l


















