Thursday, September 24, 2026
ADVERTISEMENT
Home ଆଞ୍ଚଳିକ ଠାକୁରପଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା, ୩ ଗିରଫ

ଠାକୁରପଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା, ୩ ଗିରଫ

297
ADVERTISEMENT

ଖୋର୍ଦ୍ଧା,୧୭/୦୬(ଡ଼ି.ଏଚ/ବ୍ୟୁରୋ): ଖୋର୍ଦ୍ଧା ଆଦର୍ଶ ଥାନା ଠାକୁରପଡାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା। ଏନେଇ ପୋଲିସ ୩ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଅପର ପକ୍ଷରେ ମୃତକଙ୍କ ପରିବାର ପକ୍ଷରୁ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଉପଯୁକ୍ତ ନ୍ୟାୟ ପାଇବାକୁ ଦାବି କରିଛନ୍ତି । ପୁର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଛି । ଖବର ଅନୁଯାୟୀ, ଠାକୁରପଡାରେ ଯୁବକ ଉମାକାନ୍ତ ସାହୁଙ୍କୁ ହତ୍ୟା କରାଯାଇଛି। ଉମାକାନ୍ତ ସ୍ଥାନୀୟ ବଜାରକୁ ଯାଇଥିବା ବେଳେ ତାଙ୍କୁ ସଂଘବଧ ଭାବେ ଆକ୍ରମଣ କରାଯାଇଥିଲା। ଧାରୁଆ ଅସ୍ତ୍ରରେ ଉମାକାନ୍ତଙ୍କୁ ସେହି ଗାଁର ନୃସିଂହ ସାହୁଙ୍କ ପରିବାର ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯାହାଫଳରେ ଘଟଣା ସ୍ଥଳରେ ଉମାକାନ୍ତଙ୍କ ମୃତ୍ୟୁ ହୋଇଥିଲା। ପୁର୍ବ ଶତୃତାକୁ କେନ୍ଦ୍ର କରି ଏପରି ହତ୍ୟା କାଣ୍ଡ ହୋଇଥିବା ଜଣାପଡିଛି । ଉମାକାନ୍ତଙ୍କ ହତ୍ୟା ଘଟଣାରେ ମୃତକଙ୍କ ପରିବାର ପକ୍ଷରୁ ନ୍ୟାୟ ପାଇବା ପାଇଁ ଦାବି ହୋଇଥିବା ବେଳେ ପୋଲିସ ଶବ ଜବତ କରି ଖୋର୍ଦ୍ଧା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ଘଟଣାରେ ସଂପୃକ୍ତ ଅମୁଲ୍ୟ ସାହୁ ଏବଂ ତାର ମାଅ ଓ ଭଉଣୀକୁ ପୋଲିସ ଗିରଫ କରିଛି। ଅନ୍ୟ ଅଭିଯୁକ୍ତ ନୃସିଂହ ସାହୁ ଏବଂ ଅନ୍ୟ ମାନଙ୍କୁ ଗିରଫ କରିବା ନେଇ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି । ଖୁବ୍‌ ଶୀଘ୍ର ଅନ୍ୟ ଅଭିଯୁକ୍ତ ମାନେ ଗିରଫ ହେବେ ବୋଲି ଖୋର୍ଦ୍ଧା ଏସ୍‌ଡିପିଓ ସୂଚନା ଦେଇଛନ୍ତି।

Advertisement