ଦ୍ୱାରଶୁଣି ଘାଟିରେ ଟ୍ରକ ଭାରସାମ୍ୟ ହରାଇ ରାସ୍ତାରୁ ୫୦ ଫୁଟ ତଳକୁ ଖସି ପଡିଛି,

164
ADVERTISEMENT

ବାରିପଦା,୯/୮(ଏଜେନସି) :ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣି ଘାଟିର ପ୍ରଥମ ବାଙ୍କରେ କଲିକତା ଅଭିମୁଖେ ଯାଉଥିବା ଏକ ସ୍ପଞ୍ଜ ରୋଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତାରୁ ୫୦ ଫୁଟ ତଳକୁ ଖସି ପଡିଛି, ଏହି ଦୁର୍ଘଟଣାରେ ଟ୍ରକ ଚାଳକ ଗୁରୁତର ଆହତ ହୋଇଛନ୍ତି। ବାଙ୍ଗିରିପୋଷି ପୋଲିସ ଓ ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ଟ୍ରକ ଚାଳକଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦାସ୍ଥିତ ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତ ଟ୍ରକ ଚାଳକଙ୍କ ପରିଚୟ ଜଣାପଡି ନାହିଁ।

Advertisement