Tuesday, September 8, 2026
ADVERTISEMENT
Home Uncategorized ୮ ଜୁଆଡ଼ିଆଙ୍କୁ ଗିରଫ କରିଲା ସଦର ପୋଲିସ

୮ ଜୁଆଡ଼ିଆଙ୍କୁ ଗିରଫ କରିଲା ସଦର ପୋଲିସ

357
ADVERTISEMENT

ବ୍ରହ୍ମପୁର,୧୪/୦୬(ଇ.ରଞ୍ଜନ): ବ୍ରହ୍ମପୁର ସଦର ଅଧିନସ୍ତ ବ୍ରହ୍ମପୁର ପ୍ରାନ୍ତରେ ଥିବା ନିଳାଞ୍ଚଳ ନଗରରେ ଏକ ଜୁଆ ଆଡ୍ଡା ଚାଲିଥିବା ବେଳେ ତାହା ଉପରେ ଅଚାନକ ଚଢ଼ାଉ କରାଯାଇ ୮ ଜଣ ଜୁଆଡିଆଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ହଜାର ହଜାର ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି । ସେହି ନୀଳାଞ୍ଚଳ ନଗର ପଞ୍ଚମ ଲାଇନର ରହିଆସୁଥିବା ପ୍ରକାଶ ଚନ୍ଦ୍ର ଦାସ ନାମକ ବ୍ୟକ୍ତିଙ୍କ ଘର ସାନ୍ନାରେ ଏକ ଜୁଆଡ୍ଡା ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲେ ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ରବିବାର ସନ୍ଧ୍ୟା ୭ ଟା ସମୟରେ ଉକ୍ତ ଜୁଆଆଡ୍ଡା ଉପରେ ସଦର ଥାନା ପୋଲିସ ଚଢ଼ାଉ କରାଯାଇଥିଲା ।

ଏହି ଚଢ଼ାଉରେ ୮ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪୬ହଜାର ୫ଶହ ଟଙ୍କା,୧୦ଟି ମୋବାଇଲ,୬ଟି ମୋଟର ସାଇକେଲ ଏବଂ ୨ ପକେଟ ତାସ୍ ଜବତ କରାଯାଇଛି । ଗିରଫ ହୋଇଥିବା ଜୁଆଡିଙ୍କ ବିରୋଧରେ ସଦର ଥାନା ପକ୍ଷରୁ ୧୮୭/୨୧ ରେ ଏକ ମାମଲା ରୁଜୁ କରାଯାଇଛି ସେମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ଠାରୁ ସୂଚନା ମିଳିଛି ।

Advertisement