Thursday, November 5, 2026
ADVERTISEMENT
Home ଆଞ୍ଚଳିକ ବିଷାକ୍ତ ସର୍ପ ଦଂଶନରେ ଯୁବକ ମୃତ

ବିଷାକ୍ତ ସର୍ପ ଦଂଶନରେ ଯୁବକ ମୃତ

408
ADVERTISEMENT

କୋଦଳା,୧୦/୦୬(ସୂର୍ଯ୍ୟ ନାରାୟଣ ବଡୁ): ବିଷାକ୍ତ ସର୍ପ ଦଂଶନରେ ଜଣେ ମୃତ ହୋଇଥିବା ନେଇ କୋଦଳା ଥାନରେ ଏତଲା ହୋଇଥିବା ଜଣାପଡ଼ିଛି l ସୂଚନା ପ୍ରକାରେ ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତ ବାଇଦିପଡା ଗ୍ରାମର ଉଛବ ଶବରଙ୍କ ପୁତ୍ର ସନ୍ତୋଷ ଶବର ରାତିରେ ଖାଇସାରି ନିଜ ଘର ବାରଣ୍ଡାରେ ଶୋଇଥିବା ବେଳେ ଭୋର ୩ ଘଣ୍ଟା ସମୟରେ ଏକ ବିଷାକ୍ତ ସର୍ପ ଦଂଶନ କରିଥିବା ବେଳେ ସନ୍ତୋଷ ଚିତ୍କାର କରିଥିଲେ l ଚିତ୍କାର ଶୁଣି ଘରଲୋକେ ଆସି ଦେଖିବା ସହିତ ସଙ୍ଗେ ସଙ୍ଗେ ଖଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇ ଥିଲେ l କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ପରେ ପରେ ପରିବାର ଲୋକେ କୋଦଳା ଥାନାରେ ଏକ ଲିଖିତ ଏତଲା ଦେବାପରେ କୋଦଳା ପୋଲିସ ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି l ମୃତ ସନ୍ତୋଷ ଆଦିବାସୀ ଏବଂ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସି ଅନୁରୋଧ କରିଥିଲେ l

Advertisement