କୋଦଳା,୦୯/୦୬(ସୂର୍ଯ୍ୟ ନାରାୟଣ ବଡୁ): ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ କୋଭିଡ- ୧୯କୁ ନଜରରେ ରଖି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ପରିପ୍ରେକ୍ଷୀରେ କୋଦଳା ଥାନାରେ ପହଞ୍ଚି ଡ୍ୟୁଟିରେ ଥିବା ଏସଆଇ ଜଗଦୀଶ ପଣ୍ଡା ଓ ବେଗୁନିଆପଡା ଫାଣ୍ଡିର ଏଏସଆଇ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ପିପିଟି ସମ୍ପାଦକ ସମରଜିତ୍ ମହାନ୍ତି, ଯୁଗ୍ମ ସମ୍ପାଦକ ଅଜିତ କୁମାର ପଟ୍ଟନାୟକ, ସାକ୍ଷାତ କରି ସାନିଟାଇଜର,ମାସ୍କ, ଛତା ପ୍ରଦାନ କରିଛନ୍ତି । ଗ୍ରାମାଞ୍ଚଳର ଲୋକ ମାନେ ବିଭିନ୍ନ ଅଭିଯୋଗ ନେଇ ଥାନାକୁ ଆସୁଥିବାବେଳେ ସେମାନଙ୍କୁ ସଚେତନ କରି ମାସ୍କ ଵ୍ୟଵହାର କରିବା ପାଇଁ ଦିଆଯିବ ଏବଂ ପୁଲିସ କର୍ମଚାରୀ ମାନେ ସମ୍ମୁଖଯୋଦ୍ଧା ଭାବେ ଖରା ଓ ବର୍ଷାରେ ରାସ୍ତାରେ ଠିଆ ହୋଇ ନିଜର କର୍ତ୍ତବ୍ୟ ପାଳନ କରି ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି,ସେମାନେ ଛତା ଵ୍ୟଵହାର କରିବା ପାଇଁ ପିପିଟି ପକ୍ଷରୁ ଛତା ପ୍ରଦାନ କରାଯାଇଛି l

ଏହା ଅନୁଷ୍ଠାନର ଏକ ଛୋଟିଆ ପ୍ରୟାସ ବୋଲି ସମ୍ପାଦକ ପ୍ରକାଶ କରିଥିଲେ l ଥାନାରୁ ଫେରି କୋଦଳା ବସଷ୍ଟାଣ୍ଡ ଠାରେ କିଛି ସମୟ ରହି ମାସ୍କ ବଣ୍ଟନ ସହିତ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କବି ସୂର୍ଯ୍ୟନଗର ପ୍ରେସ୍ କ୍ଲବର ସାଧାରଣ ସମ୍ପାଦକ ସ୍ଵପ୍ନେଶ୍ଵର ପାଣିଗ୍ରାହୀ,ସାମ୍ବାଦିକ ସୂର୍ଯ୍ୟନାରାୟଣ ବଡୁ, ସାମ୍ବାଦିକ ଆରତ କୁମାର ହୋତା ଉପସ୍ଥିତ ଥିଲେ ।


















