Friday, November 6, 2026
ADVERTISEMENT
Home ଆଞ୍ଚଳିକ କାର ମୋଟରସାଇକଲ ମୁହାଁମୁହିଁ ଧକ୍କା , ଦୁଇ ଗୁରୁତର ଆହାତ

କାର ମୋଟରସାଇକଲ ମୁହାଁମୁହିଁ ଧକ୍କା , ଦୁଇ ଗୁରୁତର ଆହାତ

459
ADVERTISEMENT

କୋଦଳା,୦୯/୦୬(ସୂର୍ଯ୍ୟ ନାରାୟଣ ବଡୁ): କୋଦଳା ଏନଏସି ଲୁହାଶଙ୍ଖ ବାଲି ଢ଼ାବା ନିକଟରେ ଏକ ମୋଟରସାଇକଲ ସହିତ ଏକ କାରର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଗୁରୁତର ଆହାତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିଛିତ ହେଉଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ବେଗୁନିଆପଡା ବି.ନୂଆପଲି ଗ୍ରାମର ଅଶୋକ ନାୟକ ଓ ଜ୍ୟୋସ୍ନା ନାୟକ ନିଜର ମୋଟରସାଇକଲ ଯୋଗେ ବାରସର ଅଭିମୁଖେ ଯାଉଥିବା ସମୟରେ ସମ୍ମୁଖ ରାସ୍ତାରୁ ଖଲ୍ଲିକୋଟ ଯାଉଥିବା କାର ସହ ଧକ୍କା ହୋଇଥିଲା । ମୋଟରସାଇକଲ ଆରୋହୀ ସେଠାରେ ଛିଟିକି ପଡ଼ିଥିଲେ l ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଥିବା ଲୋକେ 108 ଆମ୍ବୁଲାନସ ଡାକି କୋଦଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରିଥିଲେ କିନ୍ତୁ ଦୁହିଁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା l ଏହି ଦୁର୍ଘଟଣାରେ ଅଶୋକର ଡାହାଣ ଗୋଡ ଭାଙ୍ଗି ଯାଇଥିବାବେଳେ ,ଜ୍ୟୋଷ୍ଣାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ଦୁଇଟି ଗାଡି ଜବତ କରିବା ସହ ପ୍ରାଥମିକ ତଦନ୍ତ ଜାରୀ ରଖିଛି ।

Advertisement