Monday, September 7, 2026
ADVERTISEMENT
Home Uncategorized କବି ନଟବର ସିଂହ ସାହିତ୍ୟ ସଂସଦ ଏବଂ ତାରାତାରିଣି ସାହିତ୍ୟ ସଂସଦ ତରଫରୁ ସହାୟତା ପ୍ରଦାନ

କବି ନଟବର ସିଂହ ସାହିତ୍ୟ ସଂସଦ ଏବଂ ତାରାତାରିଣି ସାହିତ୍ୟ ସଂସଦ ତରଫରୁ ସହାୟତା ପ୍ରଦାନ

179
ADVERTISEMENT

ବ୍ରହ୍ମପୁର,୦୭/୦୬(ଋଷି କେଶ ବେହେରା): ସ୍ଥାନୀୟ କବି ନଟବର ସିଂହ ସାହିତ୍ୟ ସଂସଦ ଏବଂ ତାରାତାରିଣି ସାହିତ୍ୟ ସଂସଦର ମିଳିତ ଉଦ୍ୟମରେ ଗଞାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହୁଥିବା ଗରିବ କଳାକାର ଏବଂ ସାହିତ୍ୟିକ ମାନଙ୍କ ପରିବାରକୁ ଚାଉଳ ଦୁଇ ବସ୍ତା ଏବଂ ଜାଇ,ତେଲ,ବୁଟ,ମଟର ଚଣା ଇତ୍ୟାଦି ରେସନ ସାମାନ ପ୍ରଦାନ କରାଯାଇଛି । କରୋନା ସମୟରେ ଏହି ବ୍ଯକ୍ତି ମାନେ ନିଜର ଜୀବିକା ହରାଇ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଉପରୋକ୍ତ ଦୁଇଟି ଅନୁଷ୍ଠାନର ପ୍ରତିଷ୍ଠାତା ଡା ପ୍ରଦୀପ୍ତ ଚନ୍ଦ୍ର ସିଂହ ଏହି ସହଯୋଗ ର ହାତ ବଢାଇ ଥିଲେ। ବରିଷ୍ଠ ଆଇନଜୀବୀ ତଥା ସାହିତ୍ୟିକ ଶ୍ରୀଯୁକ୍ତ ସିଂହ ଙ୍କ ଏହି ସାଧୁ ଉଦ୍ୟମକୁ ସାଧାରଣରେ ସମସ୍ତେ ପ୍ରଶଂସା କରିଛନ୍ତି ।

Advertisement