Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଏକ୍ସପାଏରି ଛତୁଆ ପ୍ରଦାନ ଅଭିଯୋଗ

ଏକ୍ସପାଏରି ଛତୁଆ ପ୍ରଦାନ ଅଭିଯୋଗ

313
ADVERTISEMENT

କୁକୁଡାଖଣ୍ଡି,୦୬/୦୬(ଇ.ରଞ୍ଜନ): କୁକୁଡାଖଣ୍ଡି ବ୍ଲକରେ ପୁଣି ଛତୁଆକୁ ନେଇ ଚର୍ଚ୍ଚା l ପୂର୍ବରୁ ଛତୁଆ ଦୁର୍ନୀତି ନେଇ ଅଭିଯୋଗ ହୋଇଥିବା ବେଳେ ବର୍ତମାନ ଏକ୍ସପାଏରି ଛତୁଆ ପ୍ରଦାନ କରାଯାଇଥିବା ଅଭିଯୋଗ l ଅଭିଯୋଗ ପ୍ରକାରେ କୁକୁଡାଖଣ୍ଡି ବ୍ଲକ ବୋଉଳଝୋଳି ଗ୍ରାମରେ ମେ ମାସରେ ପ୍ରଦାନ କରାଯାଇଥିବା ଛତୁଆ. ଏପ୍ରିଲ ମାସରେ ହୋଇଥିବା ଛତୁଆ ପ୍ରଦାନ କରାଯାଇଛି l ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ ଗ୍ରାମର ସୀତାରାମ ପାତ୍ର ଏହିନେଇ ଅଭିଯୋଗ କରିଛନ୍ତି l ସେ ମେ ମାସରେ ନେଇଥିବା ଛତୁଆ ପକେଟ ଏପ୍ରିଲ ମାସର ପ୍ୟାକିଙ୍ଗ ପ୍ରିଣ୍ଟ ହୋଇଥିବା ନେଇ ଅଭିଯୋଗ କରିଛନ୍ତି l ପ୍ରତି ମାସରେ ପ୍ରସ୍ତୁତି ଛତୁଆ ସେହି ମାସରେ ହିଁ ପ୍ରଦାନ କରିବା ନିୟମ ରହିଁଛ l ଛତୁଆ ପ୍ରଦାନ କରି ସଂସ୍ଥା ସମସ୍ତ ଛତୁଆ ପ୍ୟାକେଟ ପ୍ୟାକିଙ୍ଗ କରି ଆବଶକ୍ୟ ଅନୁସାରେ ଅଙ୍ଗନବାଡି କେନ୍ଦ୍ରକୁ ପ୍ରଦାନ କରନ୍ତି ଏବଂ ସମସ୍ତ ପ୍ୟାକେଟ ଅଙ୍ଗନବାଡି କର୍ମୀ ମାନେ ଦେଖିବା ସମ୍ଭବପର ହେଇପାଉନାହିଁ l ଏନେଇ ବିଡିଓଙ୍କୁ ଅଭିଯୋଗ ହୋଇଥିଲା l ପରେ ହିତାଧିକାରୀଙ୍କୁ ଛତୁଆ ପକେଟ ବଦଳାଇ ନୂଆ ପକେଟ ପ୍ରଦାନ କରାଯାଇଥିଲା l ଏନେଇ ସିଡିପିଓ କୁସୁମ ସାହୁ ଘଟଣାକୁ ଚପାଇବାକୁ କିଛି ଅଭିଯୋଗ ଆସିନଥିବା କହିଛନ୍ତି l କୁକୁଡାଖଣ୍ଡି ବ୍ଲକରେ ପ୍ରଦାନ କରାଯାଉଥିବା ଛତୁଆର ସଠିକ ମାନ, ଜିଏସଟି ବିଲ ଯାଞ୍ଚ ସହ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ସାମାଜିକ କର୍ମୀ ଶ୍ରୀକାନ୍ତ ପାଢ଼ୀ ପୂର୍ବରୁ ବହୁବାର ଅଭିଯୋଗ ହୋଇଛି ପରେ ଜଣେ ଛତୁଆ ପ୍ରଦାନ ସଂସ୍ଥାର ଲାଇସେନ୍ସ ଜିଲ୍ଲାପାଳ ରଦ୍ଦ କରିଥିଲେ ପରେ ମଧ୍ୟ ଚେତୁନାହାନ୍ତି ଛତୁଆ ପ୍ରଦାନ କରି ସଂସ୍ଥା l

Advertisement