Friday, November 6, 2026
ADVERTISEMENT
Home ଆଞ୍ଚଳିକ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୃଢ ନିନ୍ଦା ଓ ପ୍ରତିବାଦ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୃଢ ନିନ୍ଦା ଓ ପ୍ରତିବାଦ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

382
ADVERTISEMENT

ବ୍ରହ୍ମପୁର,୦୫/୦୬(ସୁଦାମ ମହାରଣା): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପ୍ରେସ କ୍ଲବ ପକ୍ଷରୁ ଶୁକ୍ରବାର ଏକ ପ୍ରତିବାଦ ସଭା କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ତହସିଲଦାର ନୀତିଶ କୁମାର ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଛି । ପୁରୀରେ କର୍ତ୍ତବ୍ୟରତ ଧରିତ୍ରୀର ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣକୁ ଦୃଢ ନିନ୍ଦା କରାଯିବା ସହ ସ’ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସାମ୍ବାଦିକ ମାନେ ଦାବି କରିଛନ୍ତି। ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଯୋଗେଇବା ପାଇଁ ଦାବି ହୋଇଛି ।ସାମ୍ବାଦିକ ସୁରେନ୍ଦ୍ରନାଥ ମହାନ୍ତି, ସଦାଶିବ ପଣ୍ଡା, ପଶ୍ନ ଦାଶ,ସିମାଞ୍ଚଳ ମିଶ୍ର, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ଚିତ୍ତ ରଞ୍ଜନ ସାହୁ, ଅଶୋକ କୁମାର ମହାଙ୍କୁଡ, ଲିଙ୍ଗରାଜ ଦାଶ,ସୁଦାମ ମହାରଣା, ରମେଶ ଦୋରା,ଭାସ୍କର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

Advertisement