କୁକୁଡାଖଣ୍ଡି,୦୫/୦୬(ଇ.ରଞ୍ଜନ): କୁକୁଡାଖଣ୍ଡି ସଦର ନିମଖଣ୍ଡି ପାଣ୍ଠି ଅନ୍ତର୍ଗତ ଲୁଚାପୋଡ଼ା ଗ୍ରାମର ରାକେଶ ରାଓ ନାମକ ୨୨ ବର୍ଷ ଯୁବକ ଲୁଚପଡା କାଳୁଆ ନଗର ଶେଷ ନିମଖଣ୍ଡି ଅଞ୍ଚଳରେ ଥିବା ବେଡା ବନ୍ଦ ହିଡ଼ରେ ଥିବା ଏକ ଖଜୁରୀ ଗଛରେ ରଶି ବେବହାର କରି ଆତ୍ମହତ୍ୟା କରିଛନ୍ତି l ଖବର ପାଇ ନିମଖଣ୍ଡି ପାଣ୍ଠି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରି ଥିଲେ ଘରୋଇ ଅସନ୍ତୋଷକୁ କେନ୍ଦ୍ର କରି ଯୁବକ ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳୁଛି l

ସେହି ପରି ଅନ୍ୟ ଏକ ଘଟଣା ମହାରାଷ୍ଟ୍ର ଜଣେ ଯୁବକ ମାଲବୋଝେଇ ଟ୍ରକ ଏମ.ଏଚ ୪୦ ଏକେ ୬୮୬୫ ଗାଡିରେ ଆସି ବ୍ରହ୍ମପୁର ବଡ଼ବଜ଼ାର ଥାନା ଅଞ୍ଚଳ ଅଟୋ ନଗରରେ ଗାଡି ଛିଡାକରି ଡାଲା ପାର୍ଶ୍ୱରେ ଟ୍ରକରେ ରଶି ବ୍ୟବହାର କରି ନିଜକୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି l


















