Friday, November 6, 2026
ADVERTISEMENT
Home ଆଞ୍ଚଳିକ ସ୍ରୀକୁ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା

ସ୍ରୀକୁ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା

211
ADVERTISEMENT

ବ୍ରହ୍ମପୁର,୦୪/୦୬(ସୁଦାମ ମହାରଣା): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବିଏନ୍ ପୁର ଛେଲୁ ଗ୍ରାମରେ ଜଣେ ମଦ୍ୟପ ସ୍ୱାମୀ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି । ସେ ସ୍ତ୍ରୀଙ୍କ ମୁଣ୍ଡକୁ ପଥର ଛେଚି ବୀଭତ୍ସ ଭାବେ ହତ୍ୟା କରିବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ପ୍ରଶାନ୍ତ ମୁଦୁଲି ସବୁଦିନ ମଦ୍ୟପାନ କରି ସ୍ତ୍ରୀ ଝିଲିଙ୍କ ସହ ଝଗଡ଼ା କରିବା ସହ ମାରପିଟ୍‌ କରୁଥିଲେ। ଏହି ଘଟଣାକୁ ନେଇ ସ୍ତ୍ରୀ ଝିଲି ବହୁବାର ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହାର ସମାଧାନ ମଧ୍ୟ କରିଥିଲା । ବୁଧବାର ରାତିରେ ପରିବାର ସମସ୍ତ ସଦସ୍ୟ ଖାଇପିଇ ନିଜ ନିଜର କୋଠରିରେ ଶୋଇଥିଲେ । ଏହି ସମୟରେ ପ୍ରଶାନ୍ତ ସ୍ତ୍ରୀ ଝିଲି ଓ ସାତବର୍ଷର ପୁଅ ସହ ତାଙ୍କ କୋଠରିରେ ଶୋଇବାକୁ ଯାଇଥିଲେ । ଝିଲି ଶୋଇଥିବା ବେଳେ ପ୍ରଶାନ୍ତ ନିଶାଶକ୍ତ ଅବସ୍ଥାରେ ଘରେ ଥିବା ପେଷଣା ପଥରକୁ ଆଣି ଝିଲିଙ୍କ ମୁଣ୍ଡରେ ଛେଚି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ପ୍ରଶାନ୍ତ ମାନସିକ ଭାରସାମ୍ୟ ହରାଇ ନିଜେ ଆତ୍ମହତ୍ୟା କରିଥିଲେ। ସକାଳୁ ଘର କବାଟ ଖୋଲା ଯାଇ ନ ଥିବାରୁ ପରିବାର ଲୋକେ ଓ ଗ୍ରାମବାସୀ କବାଟ ଭାଙ୍ଗି ଏ ସବୁ ଘଟଣା ଦେଖିବାକୁ ପାଇଥିଲେ । ଏନେଇ ସରପଞ୍ଚଙ୍କ ପ୍ରତିନିଧି ଜୟନାରାୟଣ ଦାଶଙ୍କୁ ଜଣାଇଥିଲେ। ପୁରୁଷୋତ୍ତମପୁର ପୋଲିସକୁ ଖବର ଦେବାରୁ ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ସହ ଏସ୍‌ଡିପି ଓ ସୂର୍ଯ୍ୟମଣି ପ୍ରଧାନ,ଏସ୍ ଆଇ ସୁନିଲ ପ୍ରଧାନ ଓ ଅତିରିକ୍ତ ଏସ୍‌ପି ପ୍ରଦୀପ କୁମାର ଦଳେଇ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଜବତ କରି ସାଇଣ୍ଟିଫିକ୍‌ ଟିମ୍‌ ଡକାଇ ଘଟଣାର ତଦନ୍ତ ଚଲାଇଛନ୍ତି । ଏଥିନେଇ ପୁରୁଷୋତ୍ତମପୁର ଥାନାରେ କେସ୍‌ ନଂ ୨୩୬/୨୧ରେ ଏକ ମାମଲା ରୁଜୁ କରାଯାଇଛି ।

Advertisement