Thursday, November 5, 2026
ADVERTISEMENT
Home ଆଞ୍ଚଳିକ କରୋନା କଟକଣା ଭିତରେ ମାତିଛନ୍ତି ଲୁଟେରା

କରୋନା କଟକଣା ଭିତରେ ମାତିଛନ୍ତି ଲୁଟେରା

462
ADVERTISEMENT

ବାଲେଶ୍ୱର,୨/୦୬(ଡ଼ି.ଏଚ/ବ୍ୟୁରୋ): କରୋନା କଟକଣା ଭିତରେ ମାତିଛନ୍ତି ଲୁଟେରା । ରାଜଧାନୀ ରାସ୍ତା ଉପରେ ସ୍ପଷ୍ଟ ଦିବାଲୋକରେ ମହିଳାଙ୍କୁ ଛୁରା ମାଡ ହେବା ଭଳି ବାଲେଶ୍ୱର ସୋରରେ ସୁନା ଦୋକାନୀଙ୍କ ଘରେ ହୋଇଛି ସଶସ୍ତ୍ର ଡକାୟତି । ସୋର ଥାନା ଅନ୍ତର୍ଗତ ସାଉଡୁ ଗାଁରେ ଲୁଟ୍ ଉଦ୍ଦେଶ୍ୟରେ ରାତି ପ୍ରାୟ ୨ଟା ସମୟରେ ଦୁର୍ବୃତମାନେ ଘରେ ପଶିଥିଲେ । ହେଲେ ଘରେ ଲୁଟେରା ପଶିଥିବା ନେଇ ପରିବାର ଲୋକେ ଫୋନ ଯୋଗେ ଗାଁର କୌଣସି ଜଣେ ବ୍ୟକ୍ତିଙ୍କୁ ଜଣାଇ ଦେଇଥିଲେ । ଗାଁ ଲୋକ ଏକାଠି ହୋଇ ହୋହାଲ୍ଲା କରିବାରୁ ଲୁଟେରା ଗୁଳିମାଡ ଓ ଛୁରାମାଡ କରି ଫେରାର ହୋଇଯାଇଛନ୍ତି । ଏହି ଘଟଣାରେ ମୋଟ ୬ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପୁଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Advertisement