Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଦୃଘଟଣାରେ ପ୍ରଧାନ ଶିକ୍ଷକଙ୍କ ମୁର୍ତ୍ୟୁ

ଦୃଘଟଣାରେ ପ୍ରଧାନ ଶିକ୍ଷକଙ୍କ ମୁର୍ତ୍ୟୁ

407
ADVERTISEMENT

କୁକୁଡ଼ାଖଣ୍ଡି,୧/୦୬(ଇ.ରଞ୍ଜନ): କୁକୁଡାଖଣ୍ଡି ବ୍ଲକର ଆଦିବାସୀ ଅଧୁଷିତ ଅଞ୍ଚଳ ବିକାଶପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶୀଭୁଷଣ ପଣ୍ଡାଙ୍କ ଏକ ସଡ଼କ ଦୃଘଟଣାରେ ମୁର୍ତ୍ୟୁ ଘଟିଛି l ଶଶୀଭୁଷଣ ନିଜ ସ୍କୁଟି (ଓଡି 0୭ଭି ୩୯୪୧)ରେ ସକାଳେ ବିଦ୍ୟାଳୟକୁ ଯାଉଥିବା ବେଳେ ବେଲପୋଡା ଛକ ଠାରେ ବନ୍ଥପଲୀ ଅଂଚଳର ପ୍ରକାଶ ଚୌଧୁରୀଙ୍କ ଏକପଥର ବୋଝେଇ ଟ୍ରାକ୍ଟର (ଓଡି0୭ହେଏଚ ୫୩୨୮)ସମ୍ମୁଖ ପଟୁ ଧକ୍କା ଦେଇଥିଲା ଫଳରେ ତାଙ୍କୁ ଶକ୍ତ ଆଘାତ ଲାଗିଥିଲା ତାଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲକୁ ଅଣାଯାଇଥିଲା ସେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଏବଂ ଶବ ବ୍ୟବଛେଦ ପାଇଁ ବ୍ୟବଛେଦ ଗୃହକୁ ପଠାଯାଇଥିଲା l ଘଟଣା ସ୍ଥଳରେ ଦିଗପହଣ୍ଡି ଥାନା ପୋଲିସ ପହଂଚି ତଦନ୍ତ ଚଳାଇଛି l ଟ୍ରାକ୍ଟରକୁ ଜବତ କରି ଥାନାକୁ ନେଇଥିଲେ l ଶିକ୍ଷକ ଜଣେ ମେଳାପୀ ଓ ପୂର୍ବରୁ ଜଗଦଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘବର୍ଷ ଧରି ଶିକ୍ଷକତା କରିଥିଲେ ତାଙ୍କ ଘର ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ ଅଞ୍ଚଳ ଥିବା ସୂଚନା l

Advertisement