କୁକୁଡ଼ାଖଣ୍ଡି,୧/୦୬(ଇ.ରଞ୍ଜନ): କରୋନା ମୁର୍ତ୍ୟୁ ହାର ଦିନକୁ ଦିନ ବୃଦ୍ଧି ପାଉଛି ଆଜି ଜଣେ କୋଭିଡ ଯୋଦ୍ଧାଙ୍କ ପ୍ରାଣହାନି ଘଟିଛି । କୁକୁଡ଼ାଖଣ୍ଡି ବ୍ଲକ ଅଧିନରେ ଥିବା ପଦରବାଲି ଅଞ୍ଚଳରେ ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟରତ ଥିବା ଦୀପ୍ତିମୟୀ ଦେବୀଙ୍କ କରୋନା ଲକ୍ଷଣରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଜଣା ପଡୁଛି ସେ ବ୍ରହ୍ମପୁର କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥା ମଧ୍ୟରେ ସୋମବାର ପୂର୍ବାହ୍ନ ସମୟରେ ମୃତ୍ୟୁ ବରଣ କରିଛନ୍ତି । କିନ୍ତୁ ଦିପ୍ତିମୟୀ ଦେବୀ ଗର୍ଭବସ୍ଥାରେ ସନ୍ତାନ ଜନ୍ମ କରିବା ପରେ କୋଭିଡ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । କୋଭିଡ୍ ଗାଇଡ ଲାଇନ ଅନୁସାରେ ବ୍ରହ୍ମପୁରରେ ଶବ ସଂସ୍କାର ହୋଇଥିଲା । ବ୍ରହ୍ମପୁର ଏମ୍.କେ.ସି.ଜି କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେ ଆଜି ସକାଳେ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଶବ ସତ୍କାର ସମୟରେ କୁକୁଡ଼ାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର, ସିଡିପିଓ କୁସୁମ କୁମାରୀ ସାହୁ, ବଡ଼ ବଜାର ଏସଡିପିଓ ପ୍ରମୁଖ ଉପସ୍ଥିତ ରହି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ରୋଡସ୍ ତରଫରୁ ୨୦୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ବୋଲି ଶ୍ରୀ ବିଡିଓ ସୂଚନା ଦେଇଛନ୍ତି । ସେ ଜଣେ ମିଷ୍ଟଭାଷୀ,ସରଳ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।


















