ସାନଖେମୁଣ୍ଡି,୨୭/୦୫(ସପନ ଦାସ): କରୋନା ସଂକ୍ରମଣକୁ ଭୟ ନ କରି ଗ୍ରାମାଞ୍ଚଳ ମାନଙ୍କରେ ଚାଲିଛି ବେଧଡକ ଜୁଆଖେଳ । ଏଭଳି ଘଟଣା ଦେଖିବାକୁ ମିଳିଛି ଦିନ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଭାଲିଆଝୋଳା ଗ୍ରାମ ନିକଟ ଘୋଡ଼ାହାଡ ନଦୀ ସନ୍ନିକଟ ବକ୍ସି ତୋଟା ଏବଂ ପିଲି କାଳୁଆ ଠାରେ ଜୁଆଖେଳ ଚାଲିଥିବା ବେଳେ ପାଟପୁର ପୋଲିସ ପକ୍ଷରୁ ଅତର୍କିତ ଚଢାଉ କରାଯାଇ ୧୦ ଜଣ ଜୁଆଡିକୁ ଗିରଫ କରିଥିବା ବେଳେ ୨୬ ହଜାର ଏକଶହ ନଗଦ ଟଙ୍କା ଜବତ କରିଥିବା ସୂଚନା ମିଳିଛି ।

ଖବରନୁଯାୟୀ , ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଉକ୍ତ ଗ୍ରାମ ମାନଙ୍କରେ ଦୀର୍ଘଦିନ ଧରି ଜୁଆଖେଳ ଚାଲିଥିବା ବେଳେ ବୁଧବାର ଦିନ ପାଟପୁର ପୋଲିସ ବିଶେଷ ସୁତ୍ରରୁ ଖବରପାଇ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଓ ତାଙ୍କ ପୋଲିସ ଟିମ୍ ଉଭୟ ସ୍ଥାନରେ ଅତର୍କିତ ଚଢ଼ାଉ କରିଥିଲେ । ତେବେ ପୋଲିସକୁ ଦେଖି କିଛି ଜୁଆଡି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି । ଏହି ଚଢାଉ ପରେ ପାଟପୁର ପୋଲିସ ୧୦ ଜୁଆଡିଙ୍କ ନାମରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଶ୍ରୀ ମଲ୍ଲ ସୂଚନା ଦେଇଛନ୍ତି ।


















