କୋଦଳା,୨୫/୦୫(ସୂର୍ଯ୍ୟ ନାରାୟଣ ବଡୁ): ଶନିବାର ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଜବତ ହେବାର ଗୋଟିଏ ଦିନ ଯାଇନି ପୁଣି ଏକ ଗଞ୍ଜେଇବୋଝେଇ ଅଟୋ ଜବତ କରିବାରେ ପୋଲିସ କୋଦଳା ସଫଳ ହୋଇଛି l କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ସବଇନିସ୍ପେକ୍ଟର ଆରତୀ ପରିଡାଙ୍କ ନେତୃତ୍ୱରେ ଏଏସଆଇ ମହେଶ୍ୱରବେହେରାଙ୍କ ସମେତ କୋଦଳା ଥାନା ଓ ବେଗୁନିଆପଡା ଫାଣ୍ଡି ପୋଲିସ ସଟଡାଉନର ସ୍ଥିତି ପରଖିବା ପାଇଁ କୋଦଳା ଲୁହାଶଙ୍ଖ ଠାରେ ଡ୍ୟୁଟି କରୁଥିବା ସମୟରେ ପାଲଘୋଡେଇ ହୋଇଥିବା ଏକ ଡାଲାଅଟୋ (ଓଡି୦୭ଜେଡ୪୮୬୫)ଦ୍ରୁତ ଗତିରେ ଯିବାବେଳେ ପୋଲିସ ସନ୍ଦେହ ପ୍ରକାଷ କରି ଗାଡିର ପିଛାକରୀ ଭାଟପଡା ବାଲିପୋଇ ଛକ ନିକଟରେ ଗାଡିକୁ ଅଟକାଇ ତନଖି କରିଥିବା ବେଳେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ l ଉପଜିଲ୍ଲାପାଳଙ୍କ ନିର୍ଦେଶ ପାଇ ସଙ୍ଗେ ସଙ୍ଗେ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ସେଠାରେ ପହଞ୍ଚି ଗାଡିକୁ ଜବତ କରିବାକୁ ନିର୍ଦ୍ଦେଶ ଦେବାପରେ ଗଞ୍ଜେଇ ସମେତ ଗାଡିକୁ ଜବତ କରି ଡ୍ରାଇଭରକୁ ଗିରଫ କରିଛି ପୋଲିସ l ଗଞ୍ଜେଇର ଓଜନ ୨୪୦ kg ବୋଲି ଏସଆଇ ଆରତୀ ପରିଡା ପ୍ରକାଶ କରିଛନ୍ତି l


















