କୁକୁଡାଖଣ୍ଡି,୨୫/୦୫(ଇ.ରଞ୍ଜନ): ସଦର ଥାନା ଅନ୍ତର୍ଗତ ନାରାୟଣପୁର ନିକଟରେ ସୋମବାର ରାତ୍ର ୯ଟା ସମୟରେ ବାପା, ମା, ପୁଅ ବାଲିପଡାରୁ ସିଧେସ୍ୱର ଗ୍ରାମକୁ ଏକ ଗ୍ଲାମର ବାଇକ ଓଡି୦୭ଜେଡ଼ ୨୩୬୪ ଯୋଗେ ମୁଖ୍ୟ ରାସ୍ତାରେ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ଗାଡି ଟାଟା ଏସି ଯାହାର ନଂ ଓଡି ୦୭କେ ୫୩୩୩ ଆସି ମୁହାଁମୁହିଁ ଧକ୍କା ଦେଇଥିଲା l ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ଯାହାଫଳରେ ଘଟଣା ସ୍ଥଳରେ ହିଁ ଶୀଧେସ୍ୱର ଗ୍ରାମର ବାପ ବାବୁଲା ସାହୁ ଏବଂ ୩ ବର୍ଷର ଛୋଟ ଛୁଆ ମୃତ୍ୟୁ ଘଟିଥିବା ବେଳେ ମା କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଗ୍ରାମବାସୀ ମାନେ ଉତ୍ୟକ୍ତ ହୋଇ ବ୍ରହ୍ମପୁର -ଦିଗପହଣ୍ଡି ଜାତୀୟ ରାଜପଥ ରୋକ କରିଥିଲେ l ଘଟଣା ସ୍ଥଳରେ ଉତେଜନା ତୀବ୍ର ହେବାରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଅବଗତ କରିବାରୁ ଉପ ଜିଲ୍ଲାପାଳ ସ୍ଥାନୀୟ ତହସିଲଦାର କଲ୍ୟାଣୀ ସଂଘମିତ୍ରାଙ୍କୁ ସୂଚନା ଦେବାରୁ ଟିକେ ବିଳମ୍ବ ହୋଇଥିଲେ ସୁଦ୍ଧା ତହସିଲଦାର ପହଂଚି ଲୋକଙ୍କୁ ମହାମାରୀ ସମୟରେ ଲୋକ ଭିଡ଼ ନକରିବା ପାଇଁ ପରାମର୍ଶ ଦେଇଥିଲେ ଘଟଣାସ୍ଥଳରେ ଥାନା ଅଧିକାରୀ ମହେନ୍ଦ୍ର ସାହୁ ପୋଲିସ ଦଳ ପକ୍ଷରୁ ସଚେତନ କରିଥିଲେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ରାସ୍ତାରୋକ କରିବା କୋଭିଟ ନିୟମ ମାନି ନେବା ପାଇଁ ପରାମର୍ଶ ଦେବାରୁ ରାସ୍ତା ରୋକ ହଟିଲା


















