ଜୟପୁର,୨୨/୦୫(ଡ଼ି.ଏଚ/ବ୍ୟୁରୋ): ଓଲଟିଲା ମାଲ ବୋଝେଇ ଟ୍ରକ । ଜୟପୁର- କୋରାପୁଟ ଘାଟି ୨୬ ନମ୍ବର ଜାତୀୟ ରାଜପଥରେ ଏକ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଛି । ଏହା ସିମେଣ୍ଟ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇ ଓଲଟି ପଡିଥିବା ସୂଚନା ମିଳିଛି । ଉଭୟ ଟ୍ରକ୍ର ଡ୍ରାଇଭର ଓ ହେଲପର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।ସେପଟେ ଘଟଣା ସ୍ଥଳରେ ପୋଲିସ, ଓଡ୍ରାଫ ଟିମ ପହଁଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଗତ ବୁଧବାର ଦିନ ମଧ୍ୟ ଠିକ୍ ଏହି ସ୍ଥାନରେ ଗ୍ୟାସ ବୋଝେଇ ଟ୍ରକ ଘାଟି ତଳକୁ ଖସି ପଡିଥିଲା । ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ।


















