Thursday, November 5, 2026
ADVERTISEMENT
Home ଆଞ୍ଚଳିକ ବ୍ୟାଙ୍କରେ ଭଙ୍ଗାରୁଜା, ଜଣେ ଅଟକ

ବ୍ୟାଙ୍କରେ ଭଙ୍ଗାରୁଜା, ଜଣେ ଅଟକ

279
ADVERTISEMENT

କୁକୁଡାଖଣ୍ଡି,୨୦/୦୫(ଇ.ରଞ୍ଜନ): ବ୍ୟାଙ୍କରେ ଲୋନ ନ ହେବାରୁ ଭଙ୍ଗା ରୁଜା ଘଟଣାରେ ସଦର ଥାନା ପୋଲିସ ଜଣେ ବ୍ୟକ୍ତିକୁ ଅଟକ ରଖି ପଚରାଉଚୁରା କରୁଛି l ଲାଠିର ଭିନ୍ନକ୍ଷମ ସୁଦର୍ଶନ ବିସୋଇ,ବ୍ୟାଙ୍କ ଅଫ୍ ବରୋଦା, ଲାଠି ଶାଖାରେ ଲୋନ ପାଇଁ ଆବେଦନ କରିଥିଲେ ଏବଂ ତାଙ୍କ ଲୋନ ମଞ୍ଜୁର ନକରିବାରୁ ସେ ହତାଶ ହୋଇ ବ୍ୟାଙ୍କରେ ପଶି ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ଖରାପ ବ୍ୟବହାର ଆଚରଣ ପ୍ରଦର୍ଶନ କରିଥିଲେ l ବ୍ୟାଙ୍କ ଅଫ୍ ବରୋଦା, ଶାଖା ମୁଖ୍ୟପରିଚାଳକ ଜୟଲକ୍ଷ୍ମୀ ବେହେରା ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ l ଏନେଇ ଥାନାରେ କେଶ ନମ୍ବର ୧୫୦/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଜଣଙ୍କୁ ଥାନାରେ ଅଟକ ରଖାଯାଇଥିବା ଥାନା ଅଧିକାରୀ ମହେନ୍ଦ୍ର ସାହୁ ସୂଚନା ଦେଇଛନ୍ତି

Advertisement