ବ୍ରହ୍ମପୁର,୧୭/୦୫(ଇ.ରଞ୍ଜନ): ସଦରଥାନା ପୋଲିସ ପକ୍ଷରୁ ଡେଙ୍ଗାପଦର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବେଆଇନ ମଦ ବିକ୍ରି ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ,ଡେଙ୍ଗାପଦର ଗ୍ରାମର ପ୍ରକାଶ ଚନ୍ଦ୍ର ସାହୁ କୋଭିଡ଼ ଗାଇଡ୍ ଲାଇନକୁ ଅବମାନନା କରି ବେଆଇନ ଭାବେ ଡେଙ୍ଗାପଦର ଛକ ନିକଟରେ ବିକ୍ରି କରୁଥିବା ବେଳେ ସଦର ଥାନା ପୋଲିସ ୧୨.୫୦୦ଲିଟର ଦେଶୀ ମଦ ଜବତ କରିବା ସହ ଅଭିଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁକୁ ଗିରଫ କରିଛି । ତେବେ ଅଭିଯୁକ୍ତ ପ୍ରକାଶ ବିରୋଧରେ ସଦର ଥାନା ପୋଲିସ କେସ ନଂ- ୧୪୮/୨୧ ଅନୁସାରେ ଏକ ମାମଲା ରୁଜୁ କରି ୟୁ/ଏସ୍-୫୨(ଏ) ଓଡ଼ିଶା ଏକ୍ସସାଇଜ ଆକ୍ଟ ଅନୁସାରେ ରବିବାର କୋର୍ଟ ଚାଲାଣ କରାଯାଇଥିବା ନେଇ ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ଠାରୁ ସୂଚନା ମିଳିଛି ।


















