ଖୋର୍ଦ୍ଧା,୧୪/୦୫(ଡ଼ି.ଏଚ/ବ୍ୟୁରୋ): ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ନବଦୋୟ ସ୍କୁଲ ନିକଟସ୍ଥ ଏକ ଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି । ସୂଚନା ଅନୁସାରେ, ଶୁକ୍ରବାର ସକାଳେ ନବୋଦୟ ସ୍କୁଲ ନିକଟ ଏକ ଗଛରେ ଜଣେ ମହିଳାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ମୃତଦେହକୁ ଉଦ୍ଧାର କରିଛି । ମହିଳା ଜଣଙ୍କ ହଳଦିଆ ଗାଁର ବୋଲି ପୋଲିସ ସୂଚନା ଦେଇଛି । ତଦନ୍ତ ପରେ ମହିଳାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ତେବେ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୋଲିସ ସୂଚନା ଦେଇଛି ।


















