କୋଦଳା,୧୩/୦୫(ସୂର୍ଯ୍ୟ ନାରାୟଣ ବଡୁ): ମହାମାରୀ କରୋନାର ଭୟଙ୍କର ରୂପ, ରାଜ୍ୟ ସରକାରଙ୍କ ଲକଡାଉନ ପ୍ରଭାବରେ ନିଜର କାର୍ଯ୍ୟ ହାସଲ ପାଇଁ ତହସିଲ କାର୍ଯ୍ୟଳୟରୁ ବିଭିନ୍ନ ପ୍ରକାର ସରକାରୀ ସାର୍ଟିଫିକେଟ ଓ ପଟ୍ଟା ପାଇବାରେ ଜନସାଧାରଣ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କ ହାତ ପାହାନ୍ତାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ଉଦ୍ଦେଶ୍ୟରେ ଜିଲ୍ଲାପ୍ରଶାସନର ନିର୍ଦ୍ଦେଶକ୍ରମେ ବୁଧବାର ଦିବା ୧୧ଘଣ୍ଟା ସମୟରେ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଏବଂ ସମସ୍ତ ତହସିଲ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ତହସିଲଦାର ଅବନୀ କୁମାର ସାହୁ ସବୁଜ ପତାକା ହଲାଇ ସୁ ସଜ୍ଜିତ “ରାଜସ୍ଵ ରଥ “ର ଶୁଭାରମ୍ଭ କରିଥିଲେ l ଜନସାଧାରଣଙ୍କ ଆବଶ୍ୟକତା ଅନୁଯାଇ ସେମାନଙ୍କ ଘର ନିକଟକୁ ଯାଇ ଘରବାରି ପଟ୍ଟା,ଗ୍ରାମକଣ୍ଟକ, ପେ ବନ୍ଦବସ୍ତ,ମ୍ୟୁଟେସନ,ଇ ପାଉତି,ଜାତିଗତ ପ୍ରମାଣପତ୍ର, ରେସିଡେନ୍ସ ସାର୍ଟିଫିକେଟ,ଇନକମ ସାର୍ଟିଫିକେଟ ପ୍ରଭୃତି ,ପ୍ରଦାନ କରାଯିବ ବୋଲି ତହସିଲଦାର ପ୍ରକାଶ କରିଥିଲେ l


















