କୋଦଳା,୧୩/୦୫(ସୂର୍ଯ୍ୟ ନାରାୟଣ ବଡୁ): ବେଗୁନିଆପଡା ବ୍ଲକ ତାଳସର ପଞ୍ଚାୟତ ହଁସ୍ତୁଳୀ ଗ୍ରାମରେ ଏକ କୂଅରୁ ଜଣେ ନାବାଳିକା କନ୍ୟାର ମୃତଦେହ ଉଦ୍ଧାର ହୋଇଛି l ସୂଚନା ପ୍ରକାରେ ନାବାଳିକା ହେଉଛନ୍ତି ହଁସ୍ତୁଳୀ ଗ୍ରାମ ଆଡୁଆ ସାହି ଟୁନା ପ୍ରଧାନଙ୍କ ଝିଅ l ମଙ୍ଗଳବାର ସନ୍ଧ୍ୟା ୭ଘଣ୍ଟ ସମୟରେ ବାରିପଟ କୂଅରୁ ପାଣି ଆଣିବାକୁ ଯାଇ ଭାରସାମ୍ୟ ହରାଇ ପଡିଯାଇଥିଲେ l ଝିଅ ପଡିଯିବା ଜାଣିପାରି ପରିବାର ଲୋକେ ଦୌଡ଼ି ଯାଇ ଝିଅକୁ ଉଦ୍ଧାର କରି ସୁମଣ୍ଡଳ ମେଡିକାଲରେ ପହଞ୍ଚିଥିଲେ l କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଖବରପାଇ ବେଗୁନିଆପଡା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡିଛି l


















