Friday, November 6, 2026
ADVERTISEMENT
Home ଆଞ୍ଚଳିକ ଶବକୁ ମିଳିଲାନି କାନ୍ଧ, ମହାପରାୟଣ ଗାଡି ଶେଷ ଭରସା

ଶବକୁ ମିଳିଲାନି କାନ୍ଧ, ମହାପରାୟଣ ଗାଡି ଶେଷ ଭରସା

476
ADVERTISEMENT

କୁକୁଡାଖଣ୍ଡି,୧୩/୦୫(ଇ.ରଞ୍ଜନ): କରୋନାରେ ସ୍ନେହ ସମ୍ପର୍କ ସବୁ ଭୁଲିଗଲା ମଣିଷ l ଜୀବନ ଗଲା ପରେ ବି ସାହା ହେଲେନି ସାହି ପଡିସା କି ସମ୍ପର୍କୀୟ ମଲା ପରେ ବି କେହି କାନ୍ଧ ଦେଲେନି କୁକୁଡାଖଣ୍ଡି ବ୍ଲକ ଦକ୍ଷିଣପୁର ଗ୍ରାମର ବାସନ୍ତୀ ଗୌଡ଼ଙ୍କ ମୃତ୍ୟୁ ପରେ ତାଙ୍କୁ ଚାରି ଖାନ୍ଦ ମିଳିଲାନି l ଖବର ପାଇ ସ୍ଥାନୀୟ ସରପଞ୍ଚ ବିଷ୍ଣୁପ୍ରିୟା ପାତ୍ର ଶବ ସତ୍କାର ପାଇଁ ମହାପ୍ରୟାଣ ଗାଡିର ବ୍ୟବସ୍ଥା କରି ତାଙ୍କ ମୃତ ଦେହକୁ ଦାହ ନିମନ୍ତେ ନୀଳକଣ୍ଠେଶ୍ଵର ସ୍ମଶାନକୁ ନେଇଥିଲେ l ବାସନ୍ତୀଙ୍କ ପୁଅ କୃଷ୍ଣଚନ୍ଦ୍ର ଗୌଡ଼ କୋଭିଟରେ ଆକ୍ରାନ୍ତ ହୋଇ ସିଟି ହସ୍ପିଟାଲରେ ଚିକିଛିତ ହେଉଛନ୍ତି l ବାସନ୍ତୀ ମେଡିକାଲ ନିକଟରେ ତାଙ୍କ ପୁଅ କିପରି ଭଲ ହେବ ଭାବି ରହିଥିଲେ l ପରେ ୪ଦିନ ତଳେ ଗ୍ରାମକୁ ଆସିଥିଲେ l ମଙ୍ଗଳବାର ତାଙ୍କ ମୃତ୍ୟୁ ହୋଇଯାଇଥିଲା l ସେ କୋଭିଟରେ ମାରିଥିବା ଆଶଙ୍କା କରି କୌଣସି ଆତ୍ମୀୟ କି ସାହି ବାସିନ୍ଦା ତାଙ୍କ ଶବକୁ ଛୁଇଁ ନଥିଲେ l ଖବର ପାଇ ସରପଞ୍ଚ ତାଙ୍କ ଶବ ସତ୍କାର ବ୍ୟବସ୍ଥା କରିଥିଲେ l

Advertisement