କୁକୁଡାଖଣ୍ଡି,୧୩/୦୫(ଇ.ରଞ୍ଜନ): କୁକୁଡାଖଣ୍ଡି ସଦର ଥାନା ପୋଲିସ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l କୁମାରପୁରର ଗ୍ରାମର ଜଣେ ଯୁବତୀକୁ ନୁଆ ଅନନ୍ତାଇର ସଞ୍ଜୟ ସେଠୀ ପ୍ରେମ ଜାଲରେ ଫସାଇ ବିବାହ କରିବା ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ପରେ ତାଙ୍କୁ ବିବାହ ପାଇଁ ମନା କରି ଅପହରଣ କରିନେଇଯାଇଥିଲେ l ଯୁବତୀଙ୍କ ପରିବାର ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ପ୍ରକାରେ ସଦର ଥାନା ରେ କେସ୍ ନମ୍ବର ୧୪୪ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ମହେନ୍ଦ୍ର ସାହୁ ସୂଚନା ଦେଇଛନ୍ତି l


















