Thursday, November 12, 2026
ADVERTISEMENT
Home ଆଞ୍ଚଳିକ କରୋନାରେ ଚାଲିଗଲେ ବେଗୁନିଆପଡ଼ା କଲେଜ ଅଧ୍ୟକ୍ଷ। ଶୋକପ୍ରକାଶ କଲେ ବିଧାୟିକା

କରୋନାରେ ଚାଲିଗଲେ ବେଗୁନିଆପଡ଼ା କଲେଜ ଅଧ୍ୟକ୍ଷ। ଶୋକପ୍ରକାଶ କଲେ ବିଧାୟିକା

168
ADVERTISEMENT

କୋଦଳା,୧୧/୦୫(ସୂର୍ଯ୍ୟ ନାରାୟଣ ବଡୁ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାରୁ ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ରାଜ୍ୟରେ ମହାମାରୀ କରୋନା ଅନେକ ଜୀବନ ନେଉଥିବା ବେଳେ ବେଗୁନିଆପଡାରେ ବି ଏହାର ପ୍ରାଦୁର୍ଭାବ ବଢିଚାଲିଛି l ସୋମବାର ଅପରାହ୍ନରେ ବେଗୁନିଆପଡା ଜନତା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ପଣ୍ଡାଙ୍କ କରୋନାରେ ନିଧନ ହୋଇଥିବା ଜଣାପଡ଼ିଛି l କିଛି ଦିନ ତଳେ ସେ ଅସୁସ୍ଥତା ଥିବାରୁ କୋଭିଡ୍ ଟେଷ୍ଟିଂ କରାଇ ଥିଲେ,ତାଙ୍କର ପଜିଟିଭ୍ ବାହାରିଥିବା ବେଳେ ସେ ଭୁବନେଶ୍ୱର ସ୍ଥିତ ନୀଳାଞ୍ଚଳ ହସ୍ପିଟାଲରେ ଗତ ଗୁରୁବାର ଠାରୁ ଚିକିତ୍ସିତ ହେଉଥିଲେ । କିନ୍ତୁ ସୋମବାର ସନ୍ଧ୍ୟା ୮ ଟାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସ୍ଵର୍ଗତ ପଣ୍ଡା ଜଣେ ମେଳାପି, ମିଷ୍ଟଭାଷୀ ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ଜନତା ବିଜ୍ଞାନ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ଶୋକ ପ୍ରକାଶ କରିଛନ୍ତି ।

Advertisement