କୋଦଳା,୦୮/୦୫(ସୂର୍ଯ୍ୟ ନାରାୟଣ ବଡୁ): ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ପୁସ୍ତପୁର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଏକ କାର (ଓଆର ୦୭ଟି ୭୪୮୫)ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାଯାଇଛି l ସୂଚନା ଅନୁଯାୟୀ କାର ଟି ଖଲ୍ଲିକୋଟ ଠାରୁ ପୁରୁଷୋତମପୁର ଅଭିମୁଖେ ଯାଉଥିବା ସମୟରେ ବ୍ରେକ ଫେଲ ହୋଇଯାଇଥିଲା l ଗାଡିକୁ କୌଣସି ମତେ ଅଟକାଇବା ପାଇଁ ଡ୍ରାଇଭର ଚେଷ୍ଟାକରି ନିକଟରେ ଥିବା ପୁସ୍ତପୁର ଗ୍ରାମର ଝୁନୁ ଗୌଡ଼ଙ୍କ ଘର ଆଗରେ ଥିବା ଗୁଡ଼ି ଗଦା ଉପରେ ଚଢ଼ାଇଦେଇଥିଲା l ସେ ସମୟରେ ଝୁନୁ ଗୌଡ଼ ସେଠାରେ ଉପସ୍ଥିତ ଥିବା ଯୋଗୁଁ କାର ଟି ଝୁନୁଙ୍କୁ ଧକ୍କା ଦେଇଥିଲା l ଏଥିରେ ଡ୍ରାଇଭର ସମେତ ଝୁନୁ ଗୌଡ଼ ଗୁରୁତର ଆହତ ହୋଇଥିଲେ l ଉଭୟଙ୍କୁ ବ୍ରହ୍ମପୁର ମେଡିକାଲକୁ ପଠାଇଥିବା ସୂଚନା ମିଳିଛି l ଖବର ପାଇ ବେଗୁନିଆପଡା ଫାଣ୍ଡି ଏଏସଆଇ ଶରତ ଚନ୍ଦ୍ର ମହାପାତ୍ର ଘଟଣା ସ୍ଥଳରେ ପହଂଚି ଗାଡିକୁ ଜବତ କରିବା ସହ ଘଟଣାର ଅନୁଧ୍ୟାନ କରୁଥିବା ଜଣାପଡିଛି l


















