ବେଗୁନିଆପଡା,୦୮/୦୫(ସୂର୍ଯ୍ୟ ନାରାୟଣ ବଡୁ): ବେଗୁନିଆପଡା ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତି ପାଇଲେ ଡ଼ି.ପ୍ରିୟଦର୍ଶୀ l ସେ ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନାରେ ଏସଆଇ ଭାବେ କାର୍ଯ୍ୟ କରୁଥିଲେ l ବେଗୁନିଆପଡା ଫାଣ୍ଡି ଅଧିକାରୀ ଭାବେ ପୂର୍ବରୁ ଦୀପ୍ତିରଞ୍ଜନ ବେହେରା କାର୍ଯ୍ୟକରୁଥିବା ବେଳେ କିଛିଦିନ ତଳେ ସେ ଆଇଆଇସିକୁ ପଦୋନ୍ନତି ପାଇ ବର୍ତ୍ତମାନ ରମ୍ଭା ଥାନା ଆଇଆଇସି ଭାବେ ବଦଳି ହୋଇଛନ୍ତି l ଫଳରେ ଆଜି କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡା ଫାଣ୍ଡି ଅଧିକାରୀ ଭାବେ ଡ଼ି.ପ୍ରିୟଦର୍ଶୀଙ୍କୁ ନିଯୁକ୍ତି ମିଳିଛି l


















