Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଆଳୁ କିଲୋ ପ୍ରତି ୧୮ ଟଙ୍କା ଏବଂ ପିଆଜ କିଲୋପ୍ରତି ୨୩ ଟଙ୍କା ସୁଲଭ ମୂଲ୍ୟରେ...

ଆଳୁ କିଲୋ ପ୍ରତି ୧୮ ଟଙ୍କା ଏବଂ ପିଆଜ କିଲୋପ୍ରତି ୨୩ ଟଙ୍କା ସୁଲଭ ମୂଲ୍ୟରେ ବିକ୍ରି ନିମନ୍ତେ ନିର୍ଦ୍ଦେଶ

364
ADVERTISEMENT

ଛତ୍ରପୁର,୦୭/୦୫(ସୁଦାମ ମହାରଣା): ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ଏବଂ ଜିଲ୍ଲାପାଳ , ଗଞ୍ଜାମଙ୍କ ନିର୍ଦ୍ଦେଶ କ୍ରମେ ଲକ୍ ଡାଉନ୍ ସମୟରେ ଅତି ଆବଶ୍ୟକ ସାମଗ୍ରୀର ବେଆଇନ୍ ମହଜୁଦ୍ ଓ କଳାବଜାରୀଙ୍କ ଉପରେ ଜିଲ୍ଲା ପ୍ରଶାସନ କଡା ନଜର ରଖିଛି । ଏଥି ନିମନ୍ତେ ଯାଂଚ୍ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ୦୪ ଗୋଟି ଧରପଗଡ ଦଳ ଗଠନ କରାଯିବା ସହିତ ଅତ୍ୟାବଶ୍ୟକ ଜିନିଷ ଯଥା ଆଳୁ ଓ ପିଆଜକୁ Fair Price Shop ସ୍ତରରେ ବିକ୍ରୟ କରିବା ପାଇଁ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି । ଦୈନିକ ଭିତ୍ତିରେ ଚଢାଉ ଜାରି ରହିଛି । ଆଳୁ ଓ ପିଆଜ ସମସ୍ତ ବ୍ଲକ୍ ଏବଂ ସହରାଞ୍ଚଳ (ULB) ରେ ବିଭିନ୍ନ Fair Price Shop ମାଧ୍ୟମରେ ଆଜି ତା.୦୬.୦୫.୨୦୨୧ ରିଖରୁ ସୁଲଭ ମୂଲ୍ୟରେ ବଣ୍ଟନ କରାଯାଇ ଅଛି । ଆଜି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସୁଲଭ ମୂଲ୍ୟରେ ବିକ୍ରି କରିବା ସକାଶେ ୮୪ ଜଣ ବିକ୍ରେତାଙ୍କୁ ଦାୟୀତ୍ବ ଦିଆଯାଇଛି । ତନ୍ମଧ୍ୟରୁ ୨୫ ଜଣ ବିକ୍ରେତା ଆଜି ବିକ୍ରିବଟା କରିଛନ୍ତି । ଆଜି ଦିନରେ ହୋଲସେଲ୍ ବିକ୍ରି ନିମନ୍ତେ ୬୩ କ୍ବିଣ୍ଟାଲ ଆଳୁ ଏବଂ ୩୧ କ୍ବିଣ୍ଟାଲ ପିଆଜ ଉଠାଯାଇଛି । ତନ୍ମଧ୍ୟରୁ ୩୬ କ୍ବିଣ୍ଟାଲ ୪୦ କି.ଗ୍ରା. ଆଳୁ ଏବଂ ୧୪ କ୍ବିଣ୍ଟିଲ୍ ୧୦ କି.ଗ୍ରା. ପିଆଜ ବିକ୍ରି ହୋଇଥିବା ସୂଚନା ମିଳିଛି । ସମୁଦାୟ ୨୮୦ ଜଣ ଗ୍ରାହକ ଆଳୁ କ୍ରୟ କରିଥିବା ବେଳେ ୧୨୩ ଜଣ ଗ୍ରାହକ ପିଆଜ କିଣିଛନ୍ତି । ବଜାର ଦର ଅନୁସାରେ ଆଳୁ କ୍ବିଣ୍ଟାଲ ପ୍ରତି ୧୨୪୦ ଟଙ୍କା ଏବଂ ପିଆଜ କ୍ବିଣ୍ଟାଲ ପ୍ରତି ୧୭୫୦ ଟଙ୍କା ହୋଲସେଲ୍ ଦର ରହିଛି । ଗ୍ରାହକ ମାନଙ୍କୁ ଆଳୁ କି.ଗ୍ରା. ପ୍ରତି ୧୮ ଟଙ୍କା ଏବଂ ପିଆଜ କି.ଗ୍ରା. ପ୍ରତି ୨୩ ଟଙ୍କାରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ବିକ୍ରି କରାଯାଇଥିବା ଗଞ୍ଜାମ ଜିଲ୍ଲା ମୁଖ୍ୟ ବେସାମରିକ ଯୋଗାଣ ଅଧିକାରୀ ଶ୍ରୀ ଉମା ଶଙ୍କର ପତି ଜଣାଇଛନ୍ତି ।

Advertisement