Saturday, November 7, 2026
ADVERTISEMENT
Home ଆଞ୍ଚଳିକ ଅସହାୟ ଓ ନିରାଶ୍ରୟଙ୍କୁ ରାନ୍ଧଖାଦ୍ୟ ପ୍ରଦାନ କଲା କୋଦଳା ଏନଏସି

ଅସହାୟ ଓ ନିରାଶ୍ରୟଙ୍କୁ ରାନ୍ଧଖାଦ୍ୟ ପ୍ରଦାନ କଲା କୋଦଳା ଏନଏସି

179
ADVERTISEMENT

କୋଦଳା,୦୭/୦୫(ସୂର୍ଯ୍ୟ ନାରାୟଣ ବଡୁ): ଦ୍ଵିତୀୟ ଲହରରେ ମହାମାରୀ କରୋନା ଉଗ୍ରରୂପ ଧାରଣ କରି ବହୁ ଜୀବନ ନେଇସାରିଲାଣି l ବର୍ତ୍ତମାନ ପଯେଟିଭ ସଂଖ୍ୟା ବଢିବାରେ ଲାଗିଛି l ବର୍ତ୍ତମାନ ଓଡିଶା ସରକାର ଲକଡାଉନ ଘୋଷଣା କରିଥିବାବେଳେ ବହୁ ଅସହାୟ ନିରାଶ୍ରୟ ରୋଜଗାରହୀନ ହୋଇପଡୁଛନ୍ତି l ବହୁ ଅସହାୟ ନିରାଶ୍ରୟ ଭୋକଉପାସରେ ପଡିରହିଛନ୍ତି l ଏହାକୁ ନେଇ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ତତ୍ୱାବଧାନ ରେ କୋଦଳା ଏନଏସି ର ଶ୍ରଦ୍ଧାଞ୍ଜଳି ନାୟକଙ୍କ ସମେତ ଗୋଟିଏ ଟିମ ବସଷ୍ଟାଣ୍ଡ ଓ ପ୍ରତ୍ୟକ ସାହି ବୁଲି ନିରାଶ୍ରୟ ମାନଙ୍କୁ ଚି଼ହ୍ନଟ କରି ରାନ୍ଧଖାଦ୍ୟ ପ୍ରଦାନ କରିଥିଲେ l ଯଦି କେହି ବି ଅସହାୟ ନିରାଶ୍ରୟ ଭୋକ ଉପବାସରେ ରହିଯାଇଥାଆନ୍ତି ସେମାନଙ୍କୁ ଆମ୍ଭେ ରାନ୍ଧଆଖାଦ୍ୟ ଦୁଇଓଳି ସେମାନଙ୍କ ନିକଟକୁ ଯାଇ ପ୍ରଦାନ କରିବୁ ବୋଲି ଏନଏସି ତରଫରୁ କହିଛନ୍ତି l

Advertisement