କୁଖ୍ୟାତ ଅପରାଧୀ ରବି ରାଓ ସମେତ ୮ ଗିରଫ, ୫ ଜଣଙ୍କୁ ଏନ୍‌କାଉଣ୍ଟର କରିଛି କମିସନରେଟ୍‌ ପୁଲିସ

162
ADVERTISEMENT

ଭୁବନେଶ୍ୱର,୦୮/୦୮(ଏଜେନସି ) : ରାଜଧାନୀ ଭୁବନେଶ୍ୱରେ ଆତଙ୍କ ଖେଳାଇ ଲୁଟ୍‌ପାତ୍‌ କରୁଥିବା କୁଖ୍ୟାତ ଅପରାଧୀ ରବି ରାଓ ସମେତ ୮ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପୁଲିସ ଏନକାଉଣ୍ଟର କରିଛି। ଡକାୟତମାନଙ୍କ ଠାରୁ କମିସନରେଟ୍‌ ପୁଲିସ ୯ଟି କାର୍‌, ୬ଟି ବାଇକ୍‌, ୨୨୪ ଗ୍ରାମ ସୁନା, ୫୦ ହଜାର ଟଙ୍କା ଓ ୫ଟି ଦେଶୀ ବନ୍ଧୁକ ଜବତ କରିଛି। ସମସ୍ତ ଅପରାଧୀଙ୍କ ନାଁରେ ପାଖାପାଖି ୩୦ଟି ମାମଲା ରହିଥିବା ପୁଲିସ କମିସନର ସତ୍ୟଜିତ ମହାନ୍ତି ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପୁଲିସ କମିସନର କହିଛନ୍ତି, ଟଙ୍କା ଲୁଟିବା ପରେ ଲୁଟେରାମାନେ ବିଳାସମୟ ଜୀବନଯାପନ କରୁଥଲେ। ଏମାନେ ରାଜଧାନୀର ବିଭିନ୍ନ ଅଂଚଳରେ ଲୁଟ୍‌ପାତ୍‌ କରୁଥିଲେ। ଗୋଟିଏ ଲୁଟେରା ଗ୍ୟାଙ୍ଗରେ ୫ ଜଣ ଅପରାଧୀ ଥିଲେ। କୁଖ୍ୟାତ ଅପରାଧୀ ରବି ରାଓକୁ ଏନ୍‌କାଉଣ୍ଟର କରାଯିବା ପରେ ସତ ପଦାକୁ ଆସିଛି।

ଲୁଟେରା ଗ୍ୟାଙ୍ଗ ପାହାଳ ଅଞ୍ଚଳରୁ ୩୫ ଲକ୍ଷ ଟଙ୍କା ଲୁଟ୍‌ କରିଥିଲେ। ଏହି ଘଟଣାରେ ୮ ଜଣ ଡକାୟତ ସାମିଲ ଥିଲେ। ଟଙ୍କା ଲୁଟ୍‌ କରିବା ପରେ ବିଳାସମୟ ଜୀବନଯାପନ କରୁଥିଲେ।


Advertisement