କୁକୁଡାଖଣ୍ଡି,୧/୫(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କୋଭିଟ ପରିସ୍ଥିତିର ସମୀକ୍ଷା କରିଛନ୍ତି I ଗ୍ରାମାଞ୍ଚଳ ଗୁଡିକକୁ ପ୍ରବାସୀମାନେ ଆସୁଥିବାରୁ ସେମାନଙ୍କ ତଥ୍ୟ ପ୍ରସ୍ତୁତ କରି ବ୍ଲକ କାର୍ଯ୍ୟାଳୟକୁ ଜଣାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି I ସରପଞ୍ଚ, ସମିତିସଭ୍ୟ ମାନେ ଗ୍ରାଉଣ୍ଡ ଲେବେଲରେ ରହୁଥିବାରୁ କୋଭିଟ ସଂକ୍ରମଣ ରୋକିବାରେ ସହାୟକ ହେବ ବୋଲି କହିଛନ୍ତି I ଜିଲ୍ଲପାଳଙ୍କ ସହ ବିଡିଓ ଗଦାଧର ପାତ୍ର, ପୂର୍ବତନ ତହସିଲଦାର ଇପ୍ସିତାପ୍ରିୟ ଦର୍ଶନୀ ମିଶ୍ର, ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ସହ ସରପଞ୍ଚ, ସମିତିସଭ୍ୟ ମାନେ ଉପସ୍ଥିତ ଥିଲେ I


















