ବ୍ରହ୍ମପୁର,୧/୫(ସୁଦାମ ମହାରଣା):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରର ନୂତନ ଏସ୍ ଡିପିଓ ସୂର୍ଯ୍ୟମଣି ପ୍ରଧାନ ଶୁକ୍ରବାର କାର୍ଯ୍ୟରେ ଯୋଗଦାନ ଦେଇଛନ୍ତି ।ଏହା ପୂର୍ବରୁ ସେ ଆସିକା ଏସଡିପିଓ ଭାବେ ଦାୟିତ୍ୱ ତୁଲାଉଥିଲେ । କରୋନା ମୁକାବିଲାକୁ ପ୍ରାଥମିକତା ଦିଆଯିବ । ଅପରାଧ ଦମନ ,ଅସାମାଜିକ କାର୍ଯ୍ୟ, ଟ୍ରାଫିକ ନିୟନ୍ତ୍ରଣ ଓ ଜନସାଧାରଣ ଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରତିକ୍ରିୟା କହିଛନ୍ତି ।ଏହି ଅବସରରେ ପୁରୁଷୋତ୍ତମପୁର ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ପୋଲାସର ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ, କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ, କୋଦାଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ଙ୍କ ସମେତ ସମସ୍ତ କର୍ମଚାରୀ ପୁଷ୍ପଗୁଛ୍ଛ ଦେଇ ସ୍ବାଗତ କରିଥିଲେ ।ସୂଚନା ଅନୁଯାୟୀ, ଏଠାରେ ପୂର୍ବରୁ କାର୍ଯ୍ୟ କରୁଥିବା ଏସଡିପିଓ ସୀମା ସ୍ବାଇଁଙ୍କୁ ଛତ୍ରପୁର ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହୋଇଛି ।


















