କୁକୁଡାଖଣ୍ଡି,୩୦/୦୪(ଇ.ରଞ୍ଜନ): ଆଙ୍କୁଶପୁର ଏସଏମଆଇଟି ପରିସରରୁ ଜଣେ ବୃଦ୍ଧଙ୍କ ଶବ ଉଦ୍ଧାର କରିଛି ସଦର ପୋଲିସ l ବୃଦ୍ଧ ଜଣକ ଭାବିନିପୁର ଗ୍ରାମର ଦାମ ଗୌଡ଼ ସେ କୌଣସି କାରଣରୁ ଅଙ୍କୁଶପୁର ଆସିଥିଲେ ଏବଂ ଏସଏମଆଇଟି ହତା ଭିତରେ ପଶିଯାଇଥିଲେ ପରେ ତାଙ୍କ ମୃତ୍ୟୁ ହୋଇଥିଲା l ଖବର ପାଇ ପୋଲିସ ଶବକୁ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନା ପଠାଇଥିବା ବେଳେ ଏନେଇ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ମହେନ୍ଦ୍ର ସାହୁ ସୂଚନା ଦେଇଛନ୍ତି l


















