କୋଦଳା,୨୯/୦୪(ସୂର୍ଯ୍ୟ ନାରାୟଣ ବଡୁ): ବୁଧବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବେଗୁନିଆପଡା ବ୍ଲକ ଗସ୍ତ କରି ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କ ସହିତ କରୋନା ମୁକାବିଲା ନେଇ ସମୀକ୍ଷା କରିଛନ୍ତ |ବେଗୁନିଆପଡା ବ୍ଲକ ପରିସରରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ଯୋଗଦେଇ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ଚି଼ହ୍ନଟ,ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଉପରେ ଗୁରୁତ୍ୱ ଦେଇଥିଲେ | କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଗୃହ ସଙ୍ଗରୋଧରେ ରହିବା ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ |ପଞ୍ଚାୟତ ଓ ସହରାଞ୍ଚଳରେ ପାନୀୟ ଜଳ ଓ ବିଦ୍ୟୁତ ଯେପରି ସମସ୍ୟା ଶୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଗତ ବର୍ଷ ଯେଉଁଭଳି ସମସ୍ତେ ସହଯୋଗ କରି କୋଭିଡର ମୁକାବିଲା କରିଥିଲେ କରୋନାର ଦ୍ୱତୀୟ ଲହରୀରେ ମଧ୍ୟ ସଫଳତାର ସହିତ ମୁକାବିଲା କରିବା ପାଇଁ କହିଥିଲେ | ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେବା ପାଇଁ କହିଥିଲେ ଜିଲ୍ଲାପାଳ |ଜିଲ୍ଲାପାଳଙ୍କ ଏହି ସମୀକ୍ଷା ବୈଠକରେ କୋଦଳା ଏନଏସି ନିର୍ବାହୀ ଅଧିକାରୀ ସମେତ ସମସ୍ତ କର୍ମକର୍ତ୍ତା,ତହସିଲଦାର, ବେଗୁନିଆପଡା ବ୍ଲକ ବିଡ଼ିଓ, ଏବିଡିଓ,ସହକାରୀ ଯନ୍ତ୍ରୀ,ବ୍ଲକ ଅଧ୍ୟକ୍ଷ୍ୟ! ପ୍ରତିନିଧି ବିଜୟ କୁମାର ଦୋରା ସମେତ ସମସ୍ତ ପଞ୍ଚାୟତର ଜନ ପ୍ରତିନିଧିଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ |


















