କୋଦଳା,୨୯/୦୪(ସୂର୍ଯ୍ୟ ନାରାୟଣ ବଡୁ): ମହାମାରୀ କରୋନାର କରାଳ ଚିତ୍ରର ଭୟାବହତାକୁ ନେଇ ଜିଲ୍ଲା ପ୍ରଶାସନ ସମେତ କୋଦଳା ପ୍ରଶାସନ ବିଭିନ୍ନ ପ୍ରକାର କୋଭିଡ ସଚେତନ କାର୍ଯ୍ୟକ୍ରମ ହାତକୁ ନେଇ ବହୁ ଗୁରୁତ୍ୱ ପୁର୍ଣ ପଦକ୍ଷପ ଗ୍ରହଣ କରୁଥିବା ବେଳେ ଆଜି କୋଦଳା ବଣିକ ସଙ୍ଘ ଆଉ ଏକ ପାଦ ଆଗକୁ ବାହାରିଥିବା ଜଣାପଡ଼ିଛି l ବୁଧବାର କୋଦଳା ବଣିକସଙ୍ଘ ସଭାପତି ଅଭୟ କୁମାର ସାହୁଙ୍କ ନେତୃତ୍ୱରେ ଶତାଧିକ ବ୍ୟବସାୟୀ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଯାଇ ଏନଏସି କନିଷ୍ଠଯନ୍ତ୍ରୀ ଯତୀନ୍ଦ୍ର ମୋହନ ବେହେରା ଓ କର୍ମଚାରିଙ୍କ ଗହଣରେ କରୋନା ସମ୍ପର୍କୀୟ ଆଲୋଚନା କରି ଏକ ଦୃଢ଼ ପଦକ୍ଷ୍ୟପ ନେଇଛନ୍ତି l ସେମାନେ ସ୍ୱ ଇଚ୍ଛାରେ ବୁଧବାର ଠାରୁ କରୋନା କଟକଣା ଉଠିବା ପର୍ଯ୍ୟନ୍ତ ଦୀର୍ଘ ଦିନ ବ୍ୟାପି ଅପରାହ୍ନ ଦୁଇଘଣ୍ଟରୁ ସକାଳ ୫ ଘଣ୍ଟ ପର୍ଯ୍ୟନ୍ତ ବ୍ୟବସାୟ ଅନୁଷ୍ଠାନ ବନ୍ଦ କରିବେ ବୋଲି ଘୋଷଣା କରିଥିଲେ l ସକାଳ ୬ ଘଣ୍ଟରୁ ଅପରାହ୍ନ ୨ଘଣ୍ଟ ପର୍ଯ୍ୟନ୍ତ ବ୍ୟବସାୟ କରିବୁ ତାହାପୁଣି ଜିଲ୍ଲା ପ୍ରଶାସନର ପଞ୍ଚସୂତ୍ରୀ ଗାଇଡଲାଇନ ଅନୁଯାଇ ବୋଲି ସେମାନେ ମତବ୍ୟକ୍ତ କରିଥିଲେ l ପ୍ରଥମେ ଆମ ଏବଂ ଆମ ପରିବାରର ଜୀବନ ଏବଂ ପରେ ଜୀବିକା ବୋଲି ସେମାନେ ମତବ୍ୟକ୍ତ କରିଥିଲେ l ବଣିକ ସଙ୍ଘର ଏହି ପଦକ୍ଷପକୁ ଏନଏସି କର୍ତ୍ତୃପକ୍ଷ ସ୍ୱାଗତ କରିଥିଲେ l ଦୀର୍ଘ ଦିନ ହେବ କୋଦଳା ତହସିଲଦାର ଅବନୀ କୁମାର ସାହୁ ଓ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ପ୍ରତ୍ୟକ ଦିନ ବିଭିନ୍ନ ଉପାୟରେ ବ୍ୟବସାୟିଙ୍କୁ ସଚେତନ କରୁଥିବାବେଳେ ଆଜିର ବଣିକସଙ୍ଘର ଏହି ପଦକ୍ଷପକୁ ସ୍ୱାଗତ କରିଛନ୍ତି l


















